ଯୋଡ଼ା,୬/୧୨(ସଂଘର୍ଷ)କେନ୍ଦୁଝର ଜିଲ୍ଲା ଯୋଡା ପ୍ରେସ ପକ୍ଷରୁ ବକ୍ସି ବାରି ଗାଁ ସ୍ଥିତ ତୃପ୍ତି ସଫାରୀରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି ।ଯୋଡା ,ବଡ଼ବିଲ,ଚମ୍ପୁଆ,କେନ୍ଦୁଝର,ପଣ୍ଡ।ପଡ। ପ୍ରଭୃତି ଅଞ୍ଚଳ ର ଖବର ଦାତା ମାନେ ଏହି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ନିଜର ମତ ରଖିଥିଲେ ।ଆଲୋଚନା ର ଶୀର୍ଷକ “ଶୂନ୍ୟ ଦୁର୍ଘଟଣା ସପ୍ତାହ ଓ ଗଣ ମାଧ୍ୟମ ର ଭୂମିକା” ସମ୍ପକରେ ବରିଷ୍ଠ ଓ ବିଶିଷ୍ଟ ସମ୍ପାଦକ ନିରଞ୍ଜନ ନାଏକ,ଖବର ଦାତା ପ୍ରକାଶ ମହାନ୍ତି,ବେଣୁଧର ବେହେରା,ଦୀପକ ଶତପଥୀ, ମହେଶ୍ୱର ସାହୁ, ସଂଜିତ ବାରିକ, ସଂଜିବ ମୁଣ୍ଡା ,ନିର୍ମଳ ପତି,ପ୍ରଦୀପ ପ୍ରଧାନ,ସଞ୍ଜୀବ ମହାନ୍ତ,ଶରତ ଦାସ ପ୍ରମୁଖ ଜିଲ୍ଲାରେ ହେଉଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର କାରଣ ଏବଂ ଏହାର ନିରାକରଣ ସମ୍ପର୍କରେ ପର୍ଯ୍ୟାୟକ୍ରମେ ଆଲୋଚନା କରିଥିଲେ । ଗତ ତା ୨୯/୧୧/୨୦୨୩ ରିଖ ରେ ଘଟଗାଁ ବାଲି ଯୋଡ଼ି ଠାରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୮ଜଣଙ୍କ ପ୍ରାଣ ହ।ନୀ ଓ ଖଣି ଅଞ୍ଚଳ ଠାରୁ ଆରମ୍ଭ କରି ଆନନ୍ଦ ପୂର୍ ପର୍ଯ୍ୟନ୍ତ ଅଧାପନ୍ତରିଆ ନିର୍ମାଣ ହୋଇଥିବା ଜାତୀୟ ରାଜପଥ ଓ ଏଥିରେ ବିଶୃଙ୍ଖଳିତ ଭାବେ ଚଳାଚଳ କରୁଥିବା ଏବଂ ପାର୍କିଂ କରୁଥିବା ଟ୍ରକ୍ ,ମଦ୍ୟପ ଚାଳକ,ଟୋଲ ଗେଟ ରେ ଟ୍ରକ୍ ଗୁଡ଼ିକୁ ଶୃଙ୍ଖଳିତ ନ କରିବା,ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ପ୍ରଭୃତି ଦୁର୍ଘଟଣା ର ମୁଖ୍ୟ କାରଣ ବୋଲି ଖବର ଦାତା ମାନେ ମତ ବ୍ୟକ୍ତ କରିଥିଲେ । ଏହାକୁ ରୋକିବାରେ ଗଣ ମାଧ୍ୟମ ର ପ୍ରମୁଖ ଭୂମିକା ରହିଛି ବୋଲି ଏକ ପ୍ର।ସଂଗିକ ଆଲୋଚନା ହୋଇଥିଲା ।ଗଣ ମାଧ୍ୟମ ଜରିଆରେ ସଚେତନ କରାଗଲେ ଅନେକାଂଶରେ ଦୁର୍ଘଟଣାକୁ ଏଡାଇ ଦିଆ ଯାଇ ପାରିବ ବୋଲି ଖବର ଦାତା ମାନେ ମତ ପୋଷଣ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ଖବର ଦାତା ପ୍ରକାଶ ମହାନ୍ତି ପରିଚାଳନା କରିଥିବାବେଳେ ଆଲୋଚନା ଚକ୍ର ପରିଶେଷରେ ଖବର ଦାତା ସାରଦା ପ୍ରସାଦ ଆଚାର୍ଯ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ ।