Search
Close this search box.

ଖଣିଜ ସମ୍ପଦ ସୁରକ୍ଷା ସପ୍ତାହ

0
SHARES
16
VIEWS

ଯୋଡା, ୫/୧୨: କେନ୍ଦୁଝର ଜିଲ୍ଲା ଯୋଡ଼ା ସ୍ଥିତ ଟାଟା ଷ୍ଟିଲ ଦ୍ଵାରା ପରିଚାଳିତ ଖଣ୍ଡବନ୍ଧ ଲୌହ ଓ ମାଙ୍ଗାନିଜ
ଖଣି ପକ୍ଷରୁ ମଙ୍ଗଳବାର ୨୫ ତମ ‘ଖଣି ପରିବେଶ ଏବଂ ଖଣିଜ ସମ୍ପଦ ସୁରକ୍ଷା ସପ୍ତାହ’ ପାଳିତ ହୋଇଯାଇଛି I ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ (ଆଇ ବି ଏମ୍) ର ଭୁବନେଶ୍ବର ଆଞ୍ଚଳିକ ଶାଖା ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ, ଖଣି ଓ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା I ଏହି ସଭାରେ ଜ୍ଞାନ ପ୍ରକାଶ ମହାପାତ୍ର, ଡେପୁଟି ଜେନେରାଲ ମ୍ୟାନେଜର, ଓ ଏମ୍ ସି, ମହେନ୍ଦ୍ର ମହାନ୍ତି, ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର, ପଟ୍ଟାବେଡା ଲୌହ ଖଣି, ପୂର୍ଣ୍ଣ ସାହୁ, ଜିଓଲୋଜି – ମୁଖ୍ୟ, ଘୋଡା ବୁଢାଣୀ – ସାଗାସାହି ଲୌହ ଖଣି, ଜି ଭି ସତ୍ୟ ନାରାୟଣ, ଚିଫ, ଖଣ୍ଡବନ୍ଧ ଖଣି ଙ୍କ ସହ କମ୍ପାନୀର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ବହୁଳ ସଂଖ୍ୟାରେ ଉପସ୍ଥିତ ଥିଲେ Iକାର୍ଯ୍ୟକ୍ରମର ସଂଯୋଜକ ଭାବରେ ଜ୍ଞାନ ପ୍ରକାଶ ମହାପାତ୍ର ଉପସ୍ଥିତ ଶ୍ରୋତାମାନଙ୍କୁ କହିଲେ, ଖଣିଜ ସମ୍ପଦ କ୍ଷୟଶିଳ ହୋଇଥିବାରୁ ଏହାର ସୁବିନିଯୋଗ ଏବଂ ସଂରକ୍ଷଣ ଉପରେ ବିଶେଷ ଧ୍ୟାନ ଦିଆଯିବା ଦରକାର I ଏଥିସହ ସୌରଶକ୍ତି ର ବହୁଳ ବ୍ୟବହାର ପାଇଁ ସେ ସମସ୍ତଙ୍କୁ ଆହ୍ଵାନ କରିଥିଲେ Iନିରୀକ୍ଷକ ଦଳର ମହେନ୍ଦ୍ର ମହାନ୍ତି ଏବଂ ପୂର୍ଣ୍ଣ ସାହୁ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ବିଶେଷ ତଥ୍ୟ ପ୍ରଦାନ କରି ଏହାକୁ କିପରି ସନ୍ତୁଳନ କରିହେବ, ତା’ ଉପରେ ଗୁରୁତ୍ୱାରୋପ କରିଥିଲେ Iଯାନ୍ତ୍ରିକ ସହଯୋଗ ପ୍ରଦାନକାରୀ ସଂସ୍ଥା ଏବଂ କମ୍ପାନୀ ର ବିଭିନ୍ନ ବିଭାଗ ଦ୍ୱାରା ପ୍ରଦର୍ଶିତ ପରିବେଶ ଓ ଖଣି ସୁରକ୍ଷା ସମ୍ପର୍କିତ ମଡେଲ ମଧ୍ୟ ପ୍ରଦର୍ଶିତ ହୋଇଥିଲା I ଏହା ପୂର୍ବରୁ ଅତିଥିମାନେ ଖଣ୍ଡବନ୍ଧ ଲୌହ ଖଣି ର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଟାଟା ଷ୍ଟିଲ ଦ୍ଵାରା ପରିବେଶ ଓ ଖଣି ସୁରକ୍ଷା ଉପରେ ନିଆଯାଇଥିବା ପଦକ୍ଷେପ ସବୁ ବୁଲି ଦେଖିଥିଲେ Iକାର୍ଯ୍ୟକ୍ରମ ଶେଷରେ, ପୂର୍ବରୁ ଏହି ବିଷୟବସ୍ତୁ ଉପରେ ନିକଟସ୍ଥ ବିଦ୍ୟାଳୟ ତଥା କମ୍ପାନୀ ର କର୍ମଚାରୀ ମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ଚିତ୍ରାଙ୍କନ, ସ୍ଲୋଗାନ୍ ଏବଂ ପ୍ରବନ୍ଧ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା I

    Related News

    Follow Us