ଯୋଡା, ୧୧ା୭(ସଂଘର୍ଷ ରମେଶ) ଯୋଡା ରୋଟାରୀ କ୍ଲବ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି। ଏଥିରେ ଯୋଡା ପୌରାଧ୍ୟକ୍ଷ ଡ. ଜଗଦୀଶ ପ୍ରସାଦ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ, ଜନସଂଖ୍ୟା ବ୍ରୁଦ୍ଧି ଜନିତ ସମସ୍ୟା ଉପରେ ଉପସ୍ଥିତ ବସ୍ତି ବାସିନ୍ଦା ମାନଙ୍କୁ ସଚେତନ କରିଥିଲେ। ଜନସଂଖ୍ୟା ବ୍ରୁଦ୍ଧି କୁ କିପରି ନିୟନ୍ତ୍ରଣ କରାଯାଇପାରିବ ଓ ଏହା ଅର୍ଥନୈତିକ ବିକାଶ, ରୋଜଗାର ସୁଯୋଗ, ପାନୀୟ ଜଳ, ଖାଦ୍ୟ, ଶକ୍ତି, ଜଳବାୟୁ ଉପରେ କିପରି ପ୍ରତିକୂଳ ପ୍ରଭାବ ପକାଉଛି ସେ ନେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ରୋଟାରୀ କ୍ଲବର ସଭାପତି ପ୍ରକାଶ କୁମାର ମହାନ୍ତି ଏଥିରେ ସଭାପତିତ୍ୱ କରିଥିବାବେଳେ ସମ୍ପାଦକ ସାରଦା ପ୍ରସାଦ ଆଚାର୍ୟ୍ୟ ସଭା ପରିଚାଳନା କରିଥିଲେ। ସେମାନେ ତାଙ୍କ ବକ୍ତବ୍ୟରେ, ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ଯ ରେ ଜାତିସଂଘ ୧୯୯୦ ମସିହାରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ କରିଆସୁଛି, ଜାତିସଂଘର ବାର୍ତ୍ତା କୁ ଜନସାଧାରଣଙ୍କ ନିକଟରେ ପରଞ୍ଚାଇବା ରୋଟାରୀ କ୍ଲବର ଆଭିମୁଖ୍ୟ ବୋଲି କହିଥିଲେ। ସଭାଟିରେ ଅନ୍ୟମାନଙ୍କ ମଧ୍ୟରେ ରୋଟାରୀଆନ୍ ଜିତେନ୍ଦ୍ର ନାଥ ବୈଦ୍ୟ, ମନୋଜ କୁମାର ସାହୁ, ପଦ୍ମଲୋଚନ ମହାକୁଡ, ସୁମନ ଭଟ୍ଟାଚାର୍ଯ୍ୟ, ସ୍ୱରୂପ ପଣ୍ଡା ପ୍ରମୁଖ ସଦସ୍ୟମାନେ ଓ ଶତାଧିକ ବସ୍ତି ବାସିନ୍ଦା, ଅନେକ ବୁଦ୍ଧି ଜୀବୀ ଉପସ୍ଥିତ ରହିଥିଲେ।