ଜୋଡା/ବଡ଼ବିଲ: ୦୬/୦୬(ସଂଘର୍ଷ ରମେଶ)ବିଶ୍ୱ ପରିବେଶ ଦିବସ ୨୦୨୪, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ବଡ଼ବିଲ ପେଲେଟ ପ୍ଲାଣ୍ଟ, ଟେନସା ଏବଂ କାସିଆ ମାଇନ୍ସରେ ମହା ସମାରୋହରେ ପାଳିତ ହୋଇଯାଇଛି | ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସ “ଭୂମି ସୁରକ୍ଷା, ମରୁସ୍ଥଳୀକରଣ ଓ ସୁଖା ସହନଶୀଳତା” ବିଷୟବସ୍ତୁ ଉପରେ ପାଳନ କରାଯାଉଛି, – ଏହା ସ୍ମରଣ କରାଏ କିଭଳି ସକାରାତ୍ମକ ପଦକ୍ଷେପ ସବୁ ଦ୍ୱାରା ଆମ ସୁନ୍ଦର ପୃଥିବୀ କୁ ସୁରକ୍ଷା କରିହବ ।
ଏହି ଉତ୍ସବକୁ ପାଳନ କରିବା ପାଇଁ ୟୁନିଟ୍ ଗୁଡିକର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ସଚେତନତା ସମାବେଶ, ଏବଂ କଲୋନୀ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଏବଂ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା | ଶ୍ରୀ ଭି. ଶ୍ରୀକାନ୍ତ, ମୁଖ୍ୟ ଖଣି ବିଭାଗ, ଶ୍ରୀ ଆଶିଷ ପାଣ୍ଡେ, ମୁଖ୍ୟ କଞ୍ଚା ମାଲ, ପେଲେଟ୍ ପ୍ଲାଣ୍ଟ ୟୁନିଟ୍ ମୁଖ୍ୟ ଶ୍ରୀ ପୁରୁଷୋତ୍ତମ ଏମ୍ ଡି, କାସିଆ ମାଇନ୍ସ ମୁଖ୍ୟ ଶ୍ରୀ ପ୍ରମୋଦ କୁମାର ପାତ୍ର, ଟେନ୍ସା ମାଇନ୍ସ ମୁଖ୍ୟ ଶ୍ରୀ କମଳାକାନ୍ତ ନନ୍ଦ, ଶ୍ରୀ ଆଶିଷ ରଞ୍ଜନ ମହାନ୍ତି, ମୁଖ୍ୟ ମାନବ ସମ୍ବଳ ବିଭାଗ, ବରିଷ୍ଠ ଅଧିକାରୀ, କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ଏହି କାର୍ଯ୍ୟକ୍ରମରେ ଉତ୍ସ।ହର ସହିତ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମଗୁଡିକ ପରିବେଶ ଏବଂ ଉଦ୍ୟାନ କୃଷି ବିଭାଗ ଦ୍ୱାରା ପରିଚାଳିତ ହୋଇଥିଲା |ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ସଂସ୍ଥା ଜେଏସପି ଫାଉଣ୍ଡେସନ ମଧ୍ୟ ପାରିପାର୍ଶ୍ୱିକ ଗ୍ରାମରେ ବିଭିନ୍ନ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ମାନ ଆୟୋଜନ କରିଥିଲା | ପରବର୍ତ୍ତୀ ପିଢ଼ି ପାଇଁ ପରିବେଶର ସୁରକ୍ଷା ଦିଗରେ ଲକ୍ଷ୍ୟ ରଖାଯାଇଥିବା ଏହି କାର୍ଯ୍ୟକ୍ରମ ଗୁଡିକରେ ନିକଟସ୍ଥ ସ୍କୁଲ ପିଲା ଗ୍ରାମବାସୀ ଓ ପଂଚାୟତର ସରପଞ୍ଚ, ସମିତିସଭ୍ୟ ମାନେ ଅଂଶ ଗ୍ରହଣ କରିଥିଲେ ।
ଏହି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଜେଏସପି ଫାଉଣ୍ଡେସନର ମୁଖ୍ୟ ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି “ଆମକୁ ପୋଷଣ କରୁଥିବା ଗ୍ରହକୁ ପ୍ରତିପୋଷଣ କରିବା ପାଇଁ ପ୍ରତିଶୃତିବଦ୍ଧ ହେବା ଆମର କର୍ତ୍ତବ୍ୟ । ଜେଏସପି ଫାଉଣ୍ଡେସ ପରିବେଶ ସୁରକ୍ଷା
ପାଇଁ ତା’ର କାର୍ଯ୍ୟକ୍ରମରେ ସମସ୍ତ ନିତି ନିୟମକୁ ପାଳନ କରି।ପରିବେଶକୁସୁରକ୍ଷା
ଦେବାପାଇଁ ଆମେ ଏବର୍ଷର ବିଶ୍ବ ପରିବେଶ ଦିବସ ରେ ଥିମକୁ ଦେଶସାରା
ଚାଲିଥିବା ପ୍ରକଳ୍ପ ଗୁଡ଼ିକରେ ଅନୁସରଣ କରୁଛୁ ।