Search
Close this search box.

ଓଡ଼ିଶାରେ ପହଞ୍ଚିବା ପରେ ହକି ତାରକା ଅମିତ ରୋହିଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0
SHARES
0
VIEWS

ଓଡ଼ିଶାରେ ପହଞ୍ଚିବା ପରେ ହକି ତାରକା ଅମିତ ରୋହିଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅମିତ ରୋହିଦାସଙ୍କୁ ସ୍ଵାଗତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅମିତ ଆମ ରାଜ୍ୟର ଗର୍ବ ଏବଂ ଗୌରବ । ସେ ବ୍ୟକ୍ ଟୁ ବ୍ୟକ୍ ଭାବରେ ଦେଶ ପାଇଁ ମେଡାଲ ଆଣିଛନ୍ତି । ଦୁଇ ଥର ଭାରତୀୟ ଦଳକୁ ମେଡାଲ ଜିତେଇବାରେ ସଫଳ ହୋଇଛନ୍ତି । ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବIରରେ ପହଞ୍ଚାଇଛନ୍ତି । ସିଏ ଯେଉଁ ଜର୍ସି ଆମକୁ ଉପହାର ଦେଇଛନ୍ତି ତାହା ଏକ ସାଧାରଣ ଜର୍ସି ନୁହେଁ । ଏହି ଜର୍ସିରେ ସମସ୍ତ ଭାରତୀୟ ହକି ଖେଳାଳିଙ୍କ ଦସ୍ତଖତ ରହିଛି । ଏହା ସନ୍ଦେଶ ଦେଉଛି ଆଗାମୀ ଦିନରେ ଭାରତୀୟ ହକି ଦଳ ଅଲମ୍ପିକ୍‌ରେ ଗୋଲ୍ଡ ମେଡାଲ ଜିତିବ । ରାଜ୍ୟ ସରକାର ୨୦୩୬ ପର୍ଯନ୍ତ ଭାରତୀୟ ହକି ଦଳକୁ ସ୍ପନ୍ସରସିପ୍ ପ୍ରଦାନ କରିଛନ୍ତି । ଆଗକୁ ଯାହା ସହାୟତା ଏବଂ ସହଯୋଗ ଆବଶ୍ୟକ ଆମେ ସମସ୍ତ ସହଯୋଗ ଯୋଗାଇବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସମ୍ବର୍ଦ୍ଧନା ପରେ ଗଣମାଧ୍ୟମକୁ ସୂଚନା ଦେଇ ଅମିତ ରୋହିଦାସ କହିଛନ୍ତି, ଓଡିଶା ପହଞ୍ଚିକି ଖୁସି ଲାଗୁଛି । ମୁଁ ବି ଚାହୁଁଥିଲି ଓଡିଶା ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବି । ଅଲମ୍ପିକରେ ମେଡାଲ ଆସିଛି । ୫୨ ବର୍ଷ ପରେ ରେକର୍ଡ ଆସିଛି । ମୁଖ୍ୟମନ୍ତ୍ରୀ ଯେଉଁ ୪ କୋଟି ଟଙ୍କା ପ୍ରଦାନ କରିବେ ତାହା ଜୁନିୟର ଖେଳାଳିମାନଙ୍କ ମନରେ ଉତ୍ସାହ ଭରିଦେବ । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭାରତୀୟ ଦଳର ଜର୍ସି ପ୍ରଦାନ କରିଛି । ରାଜ୍ୟ ସରକାର ଖେଳାଳୀମାନଙ୍କୁ ଯେଉଁ ଅର୍ଥ ପ୍ରଦାନ କରୁଛନ୍ତି ତାହା ବହୁତ ଭଲ ପଦକ୍ଷପ । ନୂତନ ଖେଳାଳି ଆଗକୁ ବଢ଼ିବାରେ ଏହା ସହାୟକ ହେବ ବୋଲି ଅମିତ କହିଛନ୍ତି ।ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us