ବୋଲଗଡ଼,୨୬/୧୧(sangharsatv):ଦିର୍ଘ ୧୦ଦିନ ହେଲା ବୋଲଗଡ ଅଞ୍ଚଳ ରେ ଘନକୁହୁଡି ସହିତ ଶୀତର ପ୍ରକୋପ ଅନୁଭୂତ ହେଉଛି। ଏହି ଅଞ୍ଚଳ ର ଜଙ୍ଗଲ ଓ ପାହାଡ଼ ନିକଟବର୍ତ୍ତୀ ଗ୍ରାମଗୁଡିକରେ ପ୍ରବଳ କୁହୁଡି ପଡିବାସହ ଶୀତ ଓ ଥଣ୍ଡାର ପ୍ରକୋପ ଅନୁଭୂତ ହେଉଥିବା ବେଳେ ସହରାଞ୍ଚଳରେ ମଧ୍ୟ ଶୀତର ପ୍ରଭାବ ପଡୁଛି। ତାପମାତ୍ରା ୧୧ରୁ୧୩ ଡିଗ୍ରୀ ମଧ୍ୟରେ ରହିବା ସାଙ୍ଗକୁ କୋହଲା ପବନ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଶୀତୁଆ ସକାଳରେ କୌଣସି କାମରେ କାମରେ ଘରୁପଦାକୁ ବାହାରିବାକୁ କଷ୍ଟ ଲାଗୁଥିବା ବେଳେ ସଂଧ୍ୟା ସମୟରେ ଖୁବ ଶୀଘ୍ର ବଜାରଘାଟ ଜନଶୂନ୍ଯ ପ୍ରତୀୟ ମାନ ହେଉଛି । ଶୀତର ପ୍ରକୋପ ରେ ଆବାଳ ବୃଦ୍ଧବନିତା ପ୍ରଭାବିତ ହେଉଛନ୍ତି। ବିନା ଶୀତ ବସ୍ତ୍ରରେ ପଦାକୁ ବାହାରିବା ଅସମ୍ଭବ ହୋଇ ପଡୁଥିବା ବେଳେ ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ସ୍ଥାନରେ ନିଆଁର ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି।