ଭୁବନେଶ୍ୱର: ନବ ବର୍ଷ ଅବସର ରେ ଆଜି ବରିଷ୍ଠ ଗୁରୁଜନ ଓ ସାଧାରଣ ଲୋକ ମାନଙ୍କ ପାଇଁ “ଆମେ ସୁସ୍ଥ ରହିବା ଓ ଭଲ ଦେଖିବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମାଗଣା ବ୍ଲଡସୁଗାର ପରୀକ୍ଷା ଓ ଆଖି ପରୀକ୍ଷା ଭୁବନେଶ୍ୱର ଶ୍ରିୟା ଟକିଜ ପାଖ ଖାରବେଳ ନଗରରେ ଥିବା ଏ ଏସ୍ ଜି ହସପିଟାଲଙ୍କ ସହଯୋଗ ରେ କରାଯାଇଥିଲା । ଏହି ହସ୍ପିଟାଲ ରେ କାର୍ଯ୍ୟକ୍ରମ ଆୟୋଜନ କରିବାର ଉଦ୍ଦେଶ୍ୟ ହେଉଛି ବରିଷ୍ଠ ନାଗରିକ ମାନଙ୍କ ଭଲ ଦେଖିବା ପାଇଁ ଆଖି ର ସମସ୍ତ ପ୍ରକାରର ପରୀକ୍ଷା କରାଯାଇପାରିବ ବୋଲି କହିଛନ୍ତି ନାରାୟଣ ମହାପାତ୍ର, ସମ୍ପାଦକ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ । ଏହି ଶିବିର ସକାଳ ୧୦ ଘଟିକା ରେ ଆରମ୍ଭ କରାଯାଇଥିଲା।