ଯୋଡା,୬/୬( ରମେଶ)କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ପଳସା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ନେଇ ଅଞ୍ଚଳ ବାସୀ ସ୍ଥାନୀୟ ସରପଞ୍ଚ ଙ୍କ ଆଗରେ ଧାରଣ। ଦେଇଥିବା ଜଣାପଡିଛି ।ଖବର ନେବାରୁ ଜଣାପଡିଛି ଯେ ,ଉକ୍ତ ପଞ୍ଚାୟତ ର ଗୟଳ ସାହି ରେ ପ୍ରାୟ ଦୁଇ ଶହ ରୁ ଅଧିକ ଲୋକ ବସବାସ କରନ୍ତି ।ହେଲେ ଉକ୍ତ ଅଞ୍ଚଳ ବାସୀ ଙ୍କ ପାନୀୟ ଜଳ ସମସ୍ୟା ଆଜି ପର୍ଯ୍ୟନ୍ତ ସମାଧାନ ହୋଇ ପାରି ନାହିଁ ।ସ୍ଥାନୀୟ ସରପଞ୍ଚ ଙ୍କ ଦୃଷ୍ଟି ଆକର୍ଷଣ କରି ବିଫଳ ହେଉଥିବାରୁ ଅତିଷ୍ଠ ହୋଇ ଗୁରୁବାର ସକାଳ ୯ଘଟିକା ମହିଳା ପୁରୁଷ କଳସ,ହାଣ୍ଡି ଧରି ସରପଞ୍ଚ ଙ୍କ ଘର ସାମ୍ନାରେ ଧାରଣାରେ ବସିଥିବା ଗୟଳ ସାହି ର ମହିଳା ହେମ ଲତା ମହାକୁଡ,ଉଷାରାଣୀ ମହାକୁଡ,ଝିଙ୍ଗୀ ମୁଣ୍ଡା,ରାମ ମୁଣ୍ଡା ଓ ବସନ୍ତ ମହାକୁଡ ପ୍ରମୁଖ କହିଥିଲେ । ସେମାନେ ଅଭିଯୋଗ କରି ଥିଲେ ଯେ,ସ୍ଥାନୀୟ ସରପଞ୍ଚ ଉକ୍ତ ସାହି ର ପାନୀୟ ଜଳ ସମସ୍ୟା ର ସ୍ଥାୟୀ ସମାଧାନ ଦିଗରେ ଆଦୌ ଦୃଷ୍ଟି ଦେଉ ନାହାନ୍ତି ।ବେଳେ ବେଳେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରା ଉଛନ୍ତି ।ତାହା ମଧ୍ୟ ଦୈନିକ ମିଳି ପାରୁ ନାହିଁ ।
ବେଲ୍ ଦା ଠାରେ ଥିବା ମେଗା ପ୍ରୋଜେକ୍ଟ ପୂର୍ଣ୍ଣ କର୍ୟ୍ଯକ୍ଷେମ ହୋଇ ପାରୁ ନାହିଁ ।ପ୍ରୋଜେକ୍ଟ ପକ୍ଷରୁ ବେଳେ ବେଳେ ଯେଉଁ ଜଳ ଯୋଗାଣ ହେଉଛି ,ତାହା କିଛି ଗ୍ରାମ କୁ ପହଞ୍ଚୁ ଚି ତ କିଛି ଗ୍ରାମରେ ପହଂଚି ପାରୁ ନାହିଁ ।ନିକଟ ରେ ଥିବା ସୋଲାର ୱଟର ପମ୍ପ ର ଜଳ ପାନୀୟ ଉପଯୋଗୀ ହେଉ ନାହିଁ ।ଏହି ଜଳରେ ଖାଦ୍ୟ ରନ୍ଧା ହେଲେ ତାହା ନାଲି ରଙ୍ଗ ର ହେଇ ଯାଇଛି ।ଲୋକେ ବାଧ୍ୟ ହୋଇ ଦେଢ଼ କିମି ଦୂର ରେ ନଳ କୂଅ ରୁ ପାଣି ଆଣି ରୋଷେଇ କାର୍ଯ୍ୟ କରୁଛନ୍ତି ।ତେବେ ପଞ୍ଚାୟତ ପକ୍ଷରୁ ଟ୍ୟାଙ୍କର ଯୋଗେ ସାହି କୁ ଜଳ ଯୋଗାଣ କରାଯାଉଥିଲା ତାହା ମଧ୍ୟ ୪ଦିନ ହେଲା ବନ୍ଦ ହୋଇ ଯାଇଛି ।ଲୋକେ ଏଥିପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉ ଥିବା ପ୍ରକାଶ କରିଛନ୍ତି ।
ଏ ସମ୍ପର୍କରେ ସ୍ଥାନୀୟ ପଳସ। ଗ୍ରାମ ପଞ୍ଚାୟତ ସରପଞ୍ଚ ଅରୁଣ କୁମାର ନାଏକ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଯେ, ବେଲଦ। ଠାରେ ଥିବା ମେଗା ପ୍ରୋଜେକ୍ଟ ରୁ ପାନୀୟ ଜଳ ଯୋଗାଣ ହେଉଛି ।ହେଲେ ଉକ୍ତ ପ୍ରୋଜେକ୍ଟ ର ଜଳ ଯୋଗାଣ ବର୍ତ୍ତମାନ ପୂର୍ଣ୍ଣ କାର୍ଯ୍ୟ କ୍ଷେମ ହୋଇ ପାରି ନାହିଁ ।ବେଳେ ବେଳେ ଯଦିଓ ସପ୍ଲାଏ ହେଉଛି,ସ୍ଥାନେ ସ୍ଥାନେ ପାଇପ ରୁ ପାଣି ଲୀକେଜ୍ ହେଉଛି ।ଅନ୍ୟ ପକ୍ଷରେ ମେବ।ରି – କାଳୀମାଟି ରାସ୍ତା ର ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ରୁ ଉକ୍ତ ପାଇପ ଲାଇନ୍ କୁ ଉଠାଇ ପୁର୍ନବାର ଲଗାଯିବ ।ଏହା ସହିତ ଉକ୍ତ ସାହିରେ ସୋଲାର ପମ୍ପ ଦ୍ଵାରା ପାନୀୟ ଜଳ ଯୋଗାଣ ହେଉଛି ।ଉକ୍ତ ଜଳ କୁ ରୋଷେଇ କାର୍ଯ୍ୟରେ ବ୍ୟବହାର କଲେ ନାଲି ରଙ୍ଗ ର ଖାଦ୍ୟ ହୋଇ ଯାଉ ଥିବାରୁ ତାହା ବ୍ୟବହାର ଉପ ଯୋଗୀ ହୋଇ ପାରୁ ନାହିଁ ।ଏପରି ପରିସ୍ଥିତିରେ ସ୍ଥାନୀୟ ଓ ଏମ ସି ରେ କାର୍ଯ୍ୟ କରୁଥିବା ଠିକ। ସଂସ୍ଥା ପକ୍ଷରୁ ଉକ୍ତ ସାହି କୁ ଯୋଗାଣ କରାଯାଉ ଥିଲା ।ମାତ୍ର ଜଳ ଯୋଗାଣ କରୁଥିବା ଟ୍ୟାଙ୍କର ଗତ ୪ଦିନ ହେବ ଖରାପ ହେବାରୁ ପାନୀୟ ଜଳ ଯୋଗାଣରେ ବ୍ୟାଘାତ ହୋଇଥିଲା ।ତେବେ ଏହି ଠିକ। ସଂସ୍ଥା ସହିତ ଯୋଗାଯୋଗ କରି ପୁଣି ପାନୀୟ ଜଳ ଯୋଗାଣ କରାଯାଇଥିବା ସେ କହିଥିଲେ ।