ଜଣେ ବ୍ୟକ୍ତିଙ୍କ ଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନିଷ୍ଠଯନ୍ତ୍ରୀ (ଜେଇ) ଜି ବୋଇତାଇ। ତାଙ୍କ ସହିତ ଶ୍ରୀକାନ୍ତ ପତି ନାମକ ଜଣେ ଠିକାଦାରଙ୍କୁ ମଧ୍ୟ ବାନ୍ଧିଛି ଭିଜିଲାନ୍ସ।ଜଣେ ବ୍ୟକ୍ତି ତାଙ୍କ ବାପାଙ୍କ ନାଁରେ ଏକ ବୋରୱେଲ ଖୋଳାଇବା ପାଇଁ ନୟାଗଡ଼ ଜିଲ୍ଲା ଉଠା ଜଳସେଚନ ବିଭାଗରେ ଆବେଦନ କରିଥିଲେ। ତାଙ୍କ କାମ କରି ଦେବା ପାଇଁ କନିଷ୍ଠ ଯନ୍ତ୍ରୀ ଉକ୍ତ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ। ଏ ନେଇ ସେ ଭିଜିଲାନ୍ସକୁ ଜଣାଇଥିଲେ, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ