ସରକାର ବିରୋଧୀ ଲେଖା ପାଇଁଖବରଦାତାଙ୍କ ନାଁରେ ମାମଲା କରନାହିଁ ନୂଆଦିଲ୍ଲୀ, ୫।୧୦ ସରକାରଙ୍କ ପ୍ରତି ସମାଲୋଚନାମୂଳକ ଲେଖା ପାଇଁ ଖବରଦାତାଙ୍କ ବିରୋଧରେ ଆପରାଧ୍ଵକ ମାମଲା ରୁଜୁ ନ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତରପ୍ରଦେଶ ସରକାରଙ୍କୁ ତାଗିଦ କରିଛନ୍ତି। ଜଷ୍ଟିସହୃଷୀକେଶ ରାୟ ଏବଂ ଏସ୍. ଭି. ଏନ୍ ଭଟ୍ଟଙ୍କ ଖଣ୍ଡପୀଠ ଏକ ପିଟିଶନ୍ର ଶୁଣାଣି ବେଳେ କହିଥିଲେ, ଗଣତାନ୍ତ୍ରିକ ରାଷ୍ଟ୍ରରେବ୍ୟକ୍ତିଙ୍କ ମତାମତ ଉପସ୍ଥାପନ କରିବାରସ୍ଵାଧୀନତାକୁ ସମ୍ମାନ ଦିଆଯାଇଥାଏ।ଖବରଦାତାଙ୍କ ଅଧିକାର ସମ୍ବିଧାନରଅନୁଚ୍ଛେଦ ୧୯(୧)(ଏ) ଦ୍ଵାରା ସୁରକ୍ଷିତ।ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦୟୁପିରେ ସାଧାରଣ ପ୍ରଶାସନର ଜଟିଳଜାତିଗତ ଢାଞ୍ଚାକୁ ନେଇ ଖବରଦାତାଅଭିଷେକ ଉପାଧ୍ୟାୟ ରିପୋର୍ଟ ପ୍ରକାଶ କରିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହାକୁ କରିବା ପାଇଁ ଉପାଧ୍ୟାୟ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।ଖବରଦାତାଙ୍କ ଲେଖାବିରୋଧୀ ହୋଇଥିଲେ, ଏଥିପାଇଁତାଙ୍କ ବିରୋଧରେ ମାମଲା ନ କରିବାକୁଖଣ୍ଡପୀଠ ୟୁପି ସରକାରଙ୍କୁ କହିଛନ୍ତି।ଖାରଜ ସରକାର