୭/୩(ସଂଘର୍ଷ ରମେଶ)ଯୋଡା ବ୍ଲକ ବିରିକଳ। ଗ୍ରାମପଞ୍ଚାୟତ ର ମୁଟୁଦ। ରୁ ଲହଣ୍ଡ। ଯିବା ପାଇଁ ପ୍ରସ୍ତାବିତ ପୋଲ ନିର୍ମାଣ କୁ ଆଦିବାସୀ ଲୋକେ ବିରୋଧ କରିଥିବା ଖବର ହସ୍ତଗତ ହୋଇଛି ।ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲହଣ୍ଡ। ରୁ ମୂଟୁ ଦା ଗ୍ରାମ କୁ ସୁନା ନଦୀ ଦେଇ ଲୋକେ ଯିବ।ଆସିବା କରିଥାନ୍ତି ।ଏହି ସୁନା ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ଚମ୍ପୁଆ ବିଧାୟିକା ଙ୍କ ଦ୍ଵାରା ଗୁରୁବାର ଉଭୟ ପାର୍ଶ୍ଵ ରେ ଭୂମି ପୂଜନ ର କାର୍ଯ୍ୟକ୍ରମ ଥିଲା ।ତେବେ ସକାଳ ସମୟରେ ଲହଣ୍ଡ। ର ସ୍ଥାନୀୟ ଆଦିବାସୀ ମାନେ ଏହାକୁ ବିରୋଧ କରିଥିଲେ ।ବିରୋଧ ର କାରଣ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳ ର କହିଥିଲେ ଯେ,ଏହି ସୁନା ନଦୀ କୂଳ କୁ ଲାଗି ଜଙ୍ଗଲ ଜମି ରହିଛି ।ଏଠାରେ ପୂର୍ବ ପୁରୁଷ ରୁ ସେମାନେ ପୂଜା ଅର୍ଚ୍ଚନା କରି ଆସୁଛନ୍ତି ।ଯାହାକୁ ସେମାନେ ଜାହିରା ବୋଲି କହନ୍ତି ।ତେବେ ପୋଲ ନିର୍ମାଣ କରିବାକୁ ଏକ ଠିକା ସଂସ୍ଥା ପକ୍ଷରୁ ଉକ୍ତ ସ୍ଥାନରେ ଥିବା ଗଛ ଗୁଡ଼ିକୁ କାଟି ସଫା କରି ଦିଅ। ଯାଇଛି ।ଏହି ଜାହିର। ସ୍ଥାନ ର ଗଛ କାଟି ଦେଇଥିବାରୁ ସେମାନଙ୍କ ପୂଜା ଅର୍ଚ୍ଚନା ବିଘ୍ନ ଘଟିଛି ।ନିକଟରେ ଏଥି ପାଇଁ ତାଙ୍କର ଦେହୁରୀ ଙ୍କ ମୃତ୍ୟୁ ମଧ୍ୟ ଘଟିଥିବା ସେମାନେ ପ୍ରକାଶ କରିଛନ୍ତି ।ଏଣୁ ଏହି ସ୍ଥାନ ପରିବର୍ତ୍ତେ ଅନ୍ୟ ସ୍ଥାନରେ ପୋଲ ନିର୍ମାଣ ପାଇଁ ଭୂମି ପୂଜା କରିବାକୁ କହିବା ସହିତ ଏହି ସ୍ଥାନ କୁ ପୋଲ ନିର୍ମାଣ ପାଇଁ ନ ଦେବାକୁ ଜିଦ୍ ଧରିଥିଲେ ।ଘଟଣା ସ୍ଥଳରେ ବିଲେଇ ପଦା ପୋଲିସ ପହଂଚି ଲୋକଙ୍କୁ ବୁଝା ସୁଝ। କରିବା ସହିତ ଉଭୟ ମୂଟୁଦ। ଓ ଲହଣ୍ଡ। ଲୋକଙ୍କୁ ସମାଧାନ କରିବା ପାଇଁ ଫାଣ୍ଡି ଡକ। ଯାଇଥିଲା ।ଉଭୟ ସ୍ଥାନରେ ଭୂମି ପୂଜନ କାର୍ଯ୍ୟକ୍ରମ ଥିବା ବେଳେ ଚମ୍ପୁଆ ବିଧାୟିକା କେବଳ ମୂଟୁଡ଼ା ଗ୍ରାମ ସୁନା ନଦୀ କୂଳରେ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇ ଚାଲି ଯାଇଥିବା ଜଣାପଡିଛି ।