ଚଳିତ ମାସ ୩୦-୧୧-୨୦୨୩ ତାରିଖ ଦିନ ଅଖିଳ ଭାରତ କୃଷକ ମହାସଭା (AIKM) ଓ ସି ପି ଆଇ (ଏମଏଲ) ଲିବରେସନ ତରଫରୁ ରାମନାଗୁଡା ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏହି ପରିପ୍ରେକ୍ଷୀରେ ଖିଲାପଦର ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ସହ ୧୬ ଦଫା ଦାବୀ ନେଇ ରାମନାଗୁଡା ବ୍ଳକ ଅଞ୍ଚଳକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ତହସିଲଦାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ମରୁଡ଼ିରେ କ୍ଷତିଗ୍ରସ୍ଥ ଚାଷୀମାନଙ୍କୁ ଏକର ପିଛା ୫୦,୦୦୦/-ହଜାର ଟଙ୍କା, ଋଣ ଛାଡ଼, ନୂଆ ଋଣ ଯୋଗାଇବା ଏବଂ ଭାଗଚାଷୀଙ୍କୁ ଚାଷୀର ମାନ୍ୟତା, ଜଳକର ଛାଡ଼ , କପା କୁଇଣ୍ଟାଲ 9000 ହଜାର ଟଙ୍କା, ଗୋଗୁପାଡୁ ପଞ୍ଚାୟତର କାଟିକି ଓ ଗୁଲୁଣ୍ଟି ପଞ୍ଚାୟତର ତାମେଲିଗୁଡ଼ା ଗ୍ରାମର ଆଦିବାସୀମାନଙ୍କ ଭୋଗ ଦଖଲରେ ରହିଥିବା ଜମିର ପଟ୍ଟା ପ୍ରଦାନ ଓ ଆଦିବାସୀମାନଙ୍କ ନାମରେ ହୋଇଥିବା ମିଥ୍ୟା କେସ୍କୁ ପ୍ରତ୍ୟାହାର, କେନ୍ଦ୍ର ସରକାରଙ୍କ ଦ୍ବାରା ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ଗ୍ରାମ ସଭାକୁ ଅକାମୀ କରିଦେଉଥିବା ଚକ୍ରାନ୍ତକୁ ବନ୍ଦ କରିବା, ଆଦିବାସୀ ମାନଙ୍କର ଭୋଗ ଦଖଲରେ ରହିଥିବା ସରକାରୀ ଜମି, ଜଙ୍ଗଲ ଜମିକୁ ଚିହ୍ନଟ କରିବା ପାଇଁ ଆର.ଆଇ, ଓ ଅମିନ୍କୁ ମାସିକ ୧୫ ଦିନ ପାଇଁ ନିର୍ଦ୍ଦେଶ ଦେବା, ଶୀତଳ ଭଣ୍ଡାର ଓ ଢ଼େପାଗୁଡ଼ା ଡ୍ୟାମ୍ ରୁ ଚାଷୀମାନଙ୍କୁ ଜଳ ସେଚନ ଯୋଗାଇବା ଓ ଗୁଲୁଣ୍ଡି ପଞ୍ଚାୟତରେ ସୋରିଷ ପଦର ଗାଁର ଛାଷି ମାନଙ୍କୁ ଜଳକର ଛାଡ. କେନାଲ ନିମନ୍ତେ କ୍ଷତିଗ୍ରସ୍ଥଙ୍କୁ କ୍ଷତିପୂରଣ ଓ ଲହରଗାଡ଼ା ନାଳକୁ ଜଳ ପ୍ରକଳ୍ପ, ଆନ୍ଧ୍ରର ଜମି ମାଫିଆମାନେ ଆଦିବାସୀମାନଙ୍କ ଦଖଲରେ ଥିବା ଜମିକୁ ବେଆଇନ ଭାବେ ରେଜିଷ୍ଟି ରଦ୍ଧ କରିବା, ଏମ୍.ଜି.ଏନ୍.ଆର୍.ଇ.ଜି.ଏ କାର୍ଯ୍ୟରେ ବର୍ଷକୁ ୨୦୦ ଦିନ କାମ ଦୈନିକ ୬୦୦ ଟକାଂ ମଜୁରୀ, ବ୍ୟାପକ ଦୁର୍ନିତୀ ବନ୍ଦ କରିବା ସହିତ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ୫ ଲକ୍ଷ ଟଙ୍କା , ସମସ୍ତ ଗରିବ ଏବଂ ବିପିଏଲ ପରିବାରର ମାନଙ୍କୁ ବିଦ୍ୟୁତ୍ ବିଲ ଛାଡ଼ ସହ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବା, କେନ୍ଦ୍ର ସରକାରଙ୍କ ଦ୍ବାରା ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ଗ୍ରାମ ସଭାକୁ ଅକାମୀ କରିଦେଉଥିବା ଚକ୍ରାନ୍ତକୁ ବନ୍ଦ କରିବା , ପ୍ରତ୍ୟେକ ଗରୀବ ପରିବାରକୁ ରେସନ୍କାର୍ଡ ଯୋଗାଇବା ସହ ରେସନ୍କାର୍ଡ ଧାରୀଙ୍କୁ ୫୦ କେଜି ଚାଉଲ, ଚାଷୀମାନେ ଚାଷ କରୁଥିବା ବାଇଗଣ, ଭେଣ୍ଡି, ଝୁଡ଼ଙ୍ଗ, ଫୁଲକୋବି, ପତ୍ର କୋବି ଇତ୍ୟାଦି ପରିବା ଚାଷ କରିଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ମରୁଡ଼ି ସହାୟତା, ଆଦିବାସୀମାନଙ୍କ ଜମି ଅଣ-ଆଦିବାସୀମାନେ କିଣିବା ଆଇନକୁ ସଂପୂର୍ଣ୍ଣ ରୂପେ ରଦ୍ଧ କରିବା ଦାବି ହୋଇଛି । ତ୍ରିପତି ଗମାଙ୍ଗ (ଜିଲ୍ଲା ସମ୍ପାଦକ) ଅନାସିମ ଶବର (ସଭାପତି) AIKM ‘ବୃନ୍ଦାବନ ବିଡିକା, କରୁଣା କର ଲିମା, ସାନିଆ ବିଡିକା , ଦାସୁରୁ ପାତିକା , ଗୋବିନ୍ଦ ପାତିକା , ରମେଶ ପାତିକା , ମୋଜେସ ବିଡିକା, ଲବ ବିଡିକା, ଶୁଣ୍ଡମା ବିଡିକା, ରାମଦାସ ନିମାଲା , ଛାଣ୍ଟି ନିମାଲା, ସମେତ ଶତାଧିକ ଆଦିବାସୀ ମହିଳା ଓ ପୁରୁଷମାନେ ଉପସ୍ଥିତ ରହିଥିଲେ ।