Search
Close this search box.

ବାଂଲାଦେଶ ରୁ ଫେରି ନିଜ ଗାଁ ଧରାକୋଟ ରେ ପହଞ୍ଚିଲେ ଯୁବକ

0
SHARES
0
VIEWS

ପଡୋଶୀ ରାଷ୍ଟ୍ର ବାଂଲାଦେଶ ରେ ଗତ ଜୁଲାଇ ମାସ ରୁ ଆରମ୍ଭ ହେଇଥିବା ହିଂସାତ୍ମକ ବିକ୍ଷୋଭ ଥମିବାର ନାଁ ନେଉନାହିଁ । ସବୁଠି ଅରାଜକତା ର ସ୍ପଷ୍ଟ ଦୃଶ୍ୟ ବାରିହୋଇ ପଡୁଛି । ବିଶେଷ କରି ସଂଖ୍ୟାଲଘୁ ହିନ୍ଦୁ ମାନଙ୍କ ଉପରେ ନିର୍ଯ୍ୟାତନା,ଆକ୍ରମଣ ଓ ହତ୍ୟା ପରି ଘଟଣା ବଢ଼ି ଚାଲିଛି। ବାଂଲାଦେଶରେ ଥିବା ଭାରତୀୟ ହିନ୍ଦୁ ମାନେ ଭୟ ଓ ଆଶଙ୍କାରେ ଦିନ କାଟୁଛନ୍ତି । ପାଦେ ପାଦେ ବିପଦ ମଧ୍ୟରେ କେତେବେଳେ ଇସଲାମୀୟ ମଉଳବାଦୀ ମାନେ ଆକ୍ରମଣ କରି ହିନ୍ଦୁ ମନ୍ଦିର ଭାଙ୍ଗୁଛନ୍ତି ତ କେତେବେଳେ ଘର ବ୍ୟବସାୟ ପ୍ରତିଷ୍ଠାନ ପଡୁଛନ୍ତି । ଏଭଳି ଏକ ଲୋମ ଟାଙ୍କୁରା ପରିସ୍ଥିତିରେ ଜୀବନ ବଞ୍ଚାଇ ନିଜ ଗାଁ ଧରାକୋଟ ରେ ପହଂଚିଛନ୍ତି ବଡ଼ଦାଣ୍ଡ ସାହି ବାସିନ୍ଦା ଦେବରାଜ ମିଶ୍ର ଓ ପ୍ରଭାସି ମିଶ୍ରଙ୍କ 33 ବର୍ଷର ପୁତ୍ର ସାଇ ଦୁଲଭ ମିଶ୍ର । ଏକ ଭୟଙ୍କର ପରିବେଶରୁ ଭୟାତୁର ଭାବରେ ଗାଁରେ ପହଞ୍ଚି ସେ ନିଜର ଆତ୍ମ କାହାଣୀ ବଖାଣିଛନ୍ତି । ଗତ ମେ ମାସ ରେ ବାଙ୍ଗଲାଦେଶ ର ପାୱାର ଟ୍ରାନସମିଶନ ଲାଇନ କମ୍ପାନୀରେ ଷ୍ଟୋର କିପର ଭାବରେ ଯୋଗଦେଇଥିଲେ ସାଇ ମିଶ୍ର । ରାଜଧାନୀ ଢାକା ଠାରୁ 127 କିମି ଦୂର ସିରାଜଗଞ୍ଜ ରେ ଡକ୍ଟର ସିକଦର ବାରି ଏପାର୍ଟମେଣ୍ଟ ରେ କମ୍ପାନୀର କର୍ମଚାରୀ ମାନେ ରହୁଥିଲେ । ଗତ 4 ତାରିଖ ଦିନ ଘରର ମାଲିକ ଆସି କହିଥିଲେ ଚାରିପଟେ ହିଂସାତ୍ମକ କାର୍ଯ୍ୟ କଳାପ ଆରମ୍ଭ ହୋଇଗଲାଣି । ଆମ ଏପାର୍ଟମେଣ୍ଟ ରେ କେବଳ ଭାରତୀୟ ହିନ୍ଦୁ ମାନେ ଅଛନ୍ତି । ଏଣୁ ସେମାନେ ତୁରନ୍ତ ଖାଲି କରିବାକୁ ଧମକ ଦେଇଛନ୍ତି ନଚେତ ବୋମା ମାଡ଼ କରି ଏହାକୁ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି। ଏଣୁ ଆପଣମାନେ ନିଜେ ସୁରକ୍ଷା କଥା ଚିନ୍ତା କରନ୍ତୁ । ଏହା ମଧ୍ୟରେ କମ୍ପାନୀ ଓ ଭାରତୀୟ ଦୂତାବାସ ପକ୍ଷରୁ ବାର୍ତ୍ତା ପହଞ୍ଚିଲା ପଦାକୁ କେହି ବହାରନ୍ତୁ ନାହିଁ , ମୃତା ହତ ହେଲେ କମ୍ପାନୀ ଦାଇ ରହିବ ନାହିଁ। ଏହାପରେ ସମସ୍ତେ ଭୟଭୀତ ହୋଇ ପଡିବା ସହ ସମସ୍ତ ଝରକା କବାଟ ବନ୍ଦ କରି ଅଜଣା ଆତଙ୍କ ଓ ଆଶଙ୍କା ରେ ଥିବା ବେଳେ 6 ତାରିଖ ଦିନ ଛାତ୍ରଙ୍କ ନାମରେ ଆତଙ୍କବାଦୀ ମାନେ ଚାରିଆଡ଼େ ଆତଙ୍କ ସୃଷ୍ଟି କରୁଛନ୍ତି ଏଣୁ ନିଜେ ନିଜର ସୁରକ୍ଷାରେ ଦେଶ ଛାଡ଼ି ଚାଲିଯିବା ପାଇଁ ନିର୍ଦ୍ଦେଶ ଆସିଲା । ଏହା ମଧ୍ୟରେ ଗତ 5 ତାରିଖ ଦିନ ସିରାଜଗଞ୍ଜ ଥାନାରେ କାର୍ଯ୍ୟରତ 22 ଜଣ କର୍ମଚାରୀଙ୍କୁ ବିଦ୍ରୋହୀ ମାନେ ଜଳିଦେଇଥିବା ଖବର ମିଳିଥିଲା । ସେଥିରୁ 11 ଜଣ ହିନ୍ଦୁ ରହିଥିଲେ । ଏହି ଘଟଣା ମନରେ ଆହୁରି ଭୟ ସଂଚାର କରିଥିଲା । ଏପରିକି ଇସ୍କନ ମନ୍ଦିରର ଭଙ୍ଗାରୁଜା ସହ କାଳୀ ମନ୍ଦିର ପୂଜାରୀ କୁ ମଧ୍ୟ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯାଇଥିବା ଖବର ମିଳିଥିଲା । ଏପରି ଘଡି ସନ୍ଧି ମୁହୂର୍ତ୍ତରେ କମ୍ପାନୀ ସହ ଯୋଗାଯୋଗ କରି କମ୍ପାନୀ ଗାଡ଼ିରେ 8 ତାରିଖ ରାତ୍ରି ତିନି ଘଣ୍ଟା ସମୟରେ କମ୍ପାନୀର 26 ଜଣ କର୍ମଚାରୀ ସିରାଜଗଞ୍ଜ ଛାଡ଼ି ଦର୍ଶନା ବୋର୍ଡର ରେ ପହଞ୍ଚିଥିଲେ । ସେଠି ବାଂଲାଦେଶ ଆର୍ମିର ସିପାହୀ ମାନେ ତିନି ଘଣ୍ଟା ବାହାରେ ଠିଆ କରାଇ ନିର୍ଯ୍ୟାତନା ଦେବାପରେ ତାଙ୍କ କମାନଡେନ୍ଟ ଆସି ପାସପୋର୍ଟ ଚେକ କରିବା ପରେ ସମସ୍ତେ ଭାରତୀୟ ସୀମାରେ ପ୍ରବେଶ କରିଥିଲେ । ସୀମାରେ ଭାରତୀୟ କମାଣ୍ଡର ସମସ୍ତଙ୍କ ସୁବିଧା ଅସୁବିଧା ବୁଝିବା ପରେ ଭାରତୀୟ ଅର୍ମି ଦର୍ସାନା ବୋର୍ଡର ଯାଇଥିଲେ । ଏହା ପରେ ନିକଟସ୍ଥ ରେଳ ଷ୍ଟେସନ ଜେଡେ ରୁ ଟ୍ରେନ ଯୋଗେ ସମସ୍ତେ କଲକତା ଷ୍ଟେସନ ରେ ପହଞ୍ଚିଥିଲେ । ସାଇ ମିଶ୍ର ସେଠାରୁ ବ୍ରହ୍ମପୁର ଦେଇ ନିଜ ଗାଁ ଧରାକୋଟ ରେ ଗତ 10 ତାରିଖ ସକାଳୁ ପହଞ୍ଚିବା ପରେ ଅଜଣା ଆଶଙ୍କାରେ ଥିବା ପରିବାରରେ ଖୁସି ସଂଚାର ହୋଇଥିଲା । ଦୁର୍ଦ୍ଦିନ ପରିସ୍ଥିତି ମଧ୍ୟରେ ପୁଅ ସୁରକ୍ଷିତ ଭାବରେ ଘରେ ପହଞ୍ଚିବା ଯୋଗୁଁ ସାଇଙ୍କ ପିତା ମାତା ଈଶ୍ୱରଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି।

    Related News

    Follow Us