Search
Close this search box.

୩୦ ଖୁନ୍ତି ମାଟି କାମରେ ୨ ଲକ୍ଷ୍ୟରୁ ଉର୍ଦ୍ଧ୍ବ ଟଙ୍କା ହରିଲୁଟ ଅଭିଯୋଗ ଆଣିଲେ ଗ୍ରାମ ବାସୀ

0
SHARES
7
VIEWS

କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଚପ୍ରିଆ ପଞ୍ଚାୟତର ପିଠାପଡା ଠାରୁ ଟିଙ୍ଗିପଦର ଆର ଡ଼ି ରାସ୍ତାରେ ସଂଯୋଗ ହେଉଥିବା ରାସ୍ତା କାମରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି । ସୂଚନାରୁ ପ୍ରକାଶ ଏହି ରାସ୍ତା କାମଟି ବ୍ଲକ ସମିତି ପାଣ୍ଠି ମନରେଗା ଯୋଜନାରେ ହେଉଥିବା ବେଳେ ବିନା ସୂଚନା ଫଳକରେ କାମ ହେଉଥିବା ପ୍ରକାଶ ପାଇଛି,କାମଟି ମନରେଗା ଯୋଜନାରେ ମାଟି, ମୋରମ ଓ ମେଟାଲ ଥିବା ଇଣ୍ଟରନେଟ ଜରିଆରେ ବାହାର କରଯାଇଥିବା ତଥ୍ୟରେ ଦର୍ଶାଯାଇଛି । ହେଲେ ପ୍ରଥମରେ ମାଟି କାମ କରାଯାଇଥିବା ବେଳେ ୩୦ ଖୁନ୍ତି ମାଟି କାମକରି ୨ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଟଙ୍କା ଶ୍ରମିକ ମାନଙ୍କ ବ୍ୟାଙ୍କ ଖାତାରେ ପୈଠ କରି ଆତ୍ମସାତ କରାଯାଇଥିବା ଗାଁଲୋକଙ୍କଠାରୁ ପ୍ରକାଶ ପାଇଛି । ଗ୍ରାମର ବିପିନ ପ୍ରଧାନ, ହନ ବାଗ,ମୁଦିଆ ବାଗ,ଅକ୍ଷୟ ପ୍ରଧାନୀ ଏହି ଚାରି ଜଣ ଶ୍ରମିକ ମାଟି କାମ କରିଥିବା ବେଳେ ତାଙ୍କ ବ୍ୟାଙ୍କ ଖାତାରେ ଟଙ୍କା ନ ପଡ଼ି ମାଟି କାମ କରୁ ନ ଥିବା ଲୋକଙ୍କ ଖାତାରେ ଟଙ୍କା ପୈଠ କରି ଆତ୍ମସାତ କରାଯାଇଥିବା ଲୋକେ କହିଛନ୍ତି । ଗାଁ ସାଥିଙ୍କ ଆତ୍ମୀୟ ଲୋକଙ୍କ ନାରେ ଟଙ୍କା ପକାଇ ହରିଲୁଟ କରିବା ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଉକ୍ତ କାମରେ କାମ ନ କରି ଟଙ୍କା ପୈଠ କରାଯାଇଥିବା ଲୋକଙ୍କ ମଧ୍ୟରୁ କୁସୁମ ପ୍ରଧାନୀ, ଅଭିରାମ ମଲ୍ଲିକ,ଶ୍ରୀମୁଖ ଦଣ୍ଡସେନା,ଭୂମିସୁତା ମଲ୍ଲିକ,ସେନୋ ମାଝୀ ବିଶେପ୍ରଧାନୀ,ଧୋବେ ନି ମାଝୀ, ଦିନେଶ କୁମାର ମଲ୍ଲିକ,ସୁବେ ମାଝୀ, ଜମୁଦେଇ ମାଝୀ, ନାରାୟଣ ମଲ୍ଲିକ,ହରି ପ୍ରଧାନୀ, ନବୀନ ମଲ୍ଲିକ, ନିଳେନ୍ଦ୍ରୀ ପ୍ରଧାନୀ,ଚନ୍ଦ୍ର ପୁଝାରି, ହିମାନ୍ଦ୍ରୀ ମଲ୍ଲିକ,ସୁକ ମଲ୍ଲିକ,ବିନ୍ଧାଣି ମଲ୍ଲିକ,ଦୁର୍ଯ୍ୟୋଧନ ପ୍ରଧାନୀ, ଅଙ୍ଗୁରି ବଣୁଆଙ୍କ ଝିଅ ଏପରି ଆହୁରି ଅନେକ ଲୋକଙ୍କ ବ୍ୟାଙ୍କ ଖାତାରେ ଟଙ୍କା ପୈଠ ହୋଇଛି ହେଲେ ଏମାନେ କେବେ ବି ମାଟି କାମ କରନ୍ତି ନାହିଁ ବୋଲି ଗାଁଲୋକ ପ୍ରକାଶ କରିଛନ୍ତି । ଏ ନେଇ ଗାଁ ସାଥୀଙ୍କ ବିରୁଦ୍ଧରେ ଗୋଳାମୁଣ୍ଡା ବିଡ଼ିଓ ଶ୍ରୀମତୀ ଅକ୍ଷମିତା କାର୍ତ୍ତିକଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୋୖଣସି ତଦନ୍ତ ହୋଇ ନ ଥିବା ନେଇ ଅସନ୍ତୋଷ ଜାହିର କରିଛନ୍ତି ଗ୍ରାମବାସୀ । ଏ ସମ୍ପର୍କରେ ପଞ୍ଚାୟତରେ ଥିବା ଗ୍ରାମ ରୋଜଗାର ସେବଙ୍କୁ ଫୋନ କଲେ ଜାଣି ନ ଥିବା କହିଥିବା ବେଳେ କନିଷ୍ଠ ଯନ୍ତ୍ରୀ ନବୀନ ଟୁଡୁଙ୍କୁ ଯୋଗାଯୋଗ କରାଯାଇଥିଲା । ସେ କହିବାନୁଯାୟୀ ତାଙ୍କର ବି ଏଫ ଟି ଦେଖିଲା ପରେ ବିଲ ପୈଠ କରାଯାଇଥିବା କହିଛନ୍ତି । ସରକାରୀ ନିୟମ ଅନୁଯାୟୀ କନିଷ୍ଠ ଯନ୍ତ୍ରୀ ନିଜେ ଆସି ତଦନ୍ତ କରି ବିଲ ପୈଠ କରିବା ବଦଳରେ ଅନ୍ୟ ଜଣଙ୍କ ଭରସାରେ ବିଲ ପୈଠ କରିବା ଏକ ସନ୍ଧେହ ଉପୁଜିଛି । ଏହି କାମରେ ଯେଉଁ ହରିଲୁଟ ହେଇଛି ଦାୟିତ୍ୱରେ ଥିବା ଯନ୍ତ୍ରୀ ସମ୍ପୃକ୍ତି ଥାଇ ପାରନ୍ତି ବୋଲି ଗାଁରେ ଚର୍ଚ୍ଚା ଜୋର ଧରିଛି । ଜିଲ୍ଲା ପ୍ରଶାସନ ଉକ୍ତ କାମ ପ୍ରତି ତଦନ୍ତ କରି ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ପ୍ରତି ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଟିଙ୍ଗିପଦର ଗ୍ରାମର କପୁରଚନ ସେଠିଆ,ସାଧୁରାମ ସେଠିଆ,ବୈକୁଣ୍ଠ ବିହାରୀ,ଜଳନ୍ଧର ବିହାରୀ,ବିପିନ ପ୍ରଧାନୀ,ତାରିଣୀ ବିହାରୀ,ଡୋକରା ପ୍ରଧାନୀ,ଅକ୍ଷୟ ପୁଝାରୀ, ପୂର୍ଣ୍ଣ ଚନ୍ଦ୍ର ସେଠିଆ ପ୍ରମୁଖ ଦାବି କରିଛନ୍ତି ।

ରିପୋର୍ଟ :ଅଭିନ ଚନ୍ଦ୍ର ଟୋଲଟିଆ
କଳାହାଣ୍ଡି

    Related News

    Follow Us