Search
Close this search box.

ପ୍ରାଥମିକ ସମବାୟ ସମିତିର ଅଜବ ନୀତିଚାଷୀଙ୍କୁ ବାଣ୍ଟିଲା ଏକ୍ସପାଏରୀ ତରଳ ନାନୋ ୟୁରିଆ

0
SHARES
1
VIEWS

ଆସିକା : ଆସିକା ସମବାୟ ବିଭାଗ
ଅଧୀନରେ କାମ କରୁଥିବା କୃଷି ପ୍ରାଥମିକ ସମବାୟ ସମିତି ଗୁଡିକରେ ଚାଷୀଙ୍କ ପ୍ରତି ଦରଦ କେତେ ତାହା ଜଣାପଡୁନି ପ୍ରାଥମିକ ସମବାୟ ସମିତି ଗୁଡିକ ଖାମଖୁଆଲି ବ୍ୟବହାର କରୁଥିବା ବେଳେ ଚାଷୀଙ୍କ ଚାଷ କାର୍ଯ୍ୟ ପ୍ରତି ବି ଦରଦ ନଥ‌ିବା ଦେଖିବାକୁ ମିଳୁଛି ।ଯାହା ଆସିକା ଅଞ୍ଚଳରେ ଘଟିଯାଇଥିବା ଏକ ସଦ୍ୟତମଉଦାହରଣରୁ ସ୍ପଷ୍ଟ ହୋଇଛି । ଚାଷୀଙ୍କୁ ତରଳ ୟୁରିଆ ସାର ଦେବା ନାମରେ ଆବଶ୍ୟକ ନଥିଲେ ବି ତରଳ ନାନୋ ୟୁରିଆ ସାର ନେବାକୁ ବାଧ୍ୟ କରିବା ଏବଂ ତରଳ ସାରର ଏକ୍ସପାଏରୀ ସରିଯାଇଥିବା ଭଳି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ଚାଷୀଙ୍କ ସହିତ ପ୍ରାଥମିକ ସମବାୟ ସମିତି କର୍ମଚାରୀ ଏମିତି ଖେଳୁଥିବା ବେଳେ ଏକ୍ସପାଏରୀ ଜଣାପଡିବା ପରେ ତୁରନ୍ତ
ଚାଷୀମାନଙ୍କ ଠାରୁ ଏହାକୁ ଫେରାଇ ଅଣାଯାଇଛି । ଏପରି କି କିଛି ଚାଷୀଙ୍କ ପାଖରେ ଏହି ଏକ୍ସପାଏରୀ ତରଳ ସାର ଏବେ ବି ରହିଛି । ଆଉ କିଛି ଚାଷୀ ଏହାକୁ ବିଲରେ ପକାଇ ଦେଇଛନ୍ତି । ପ୍ରାଥମିକ ସମବାୟ ସମିତିର ଏଭଳି ଖାମଖୁଆଲି ବିରୋଧରେ ଚାଷୀ ମାନେ ସେମାନଙ୍କ ଚାଷ କାର୍ଯ୍ୟ ଯୋଗୁଁ ସ୍ଵର ଉତୋଳନ କରିବାକୁ ସମୟ ପାଇ ନ ଥିବା ବେଳେ ବାସ୍ତବରେ କିନ୍ତୁ ତୀବ୍ର ଅସନ୍ତୋଷ
ପ୍ରକାଶ ପାଇଛି । ଏ ନେଇ ତୁରନ୍ତ ତଦନ୍ତ ହେବା ଦରକାର ବୋଲି କିଛି ଚାଷୀ ନେତା ମାନେ କହିଛନ୍ତି । ସୂଚନା ପ୍ରକାରେ ପ୍ରାଥମିକ ସମବାୟ ସମିତି ଜରିଆରେ
ଚାଷୀଙ୍କୁ ରିହାତି ଦରରେ ସରକାର ସାର ବଣ୍ଟନ କରିବା ବ୍ୟବସ୍ଥା କରିଛନ୍ତି । ଚଳିତ ଖରିଫ ଋତୁରେ ମଧ୍ଯ ବ୍ଲକର ବିଭିନ୍ନ ସୋସାଇଟି ଜରିଆରେ ସାର ବଣ୍ଟନ ବ୍ୟବସ୍ଥା କରାଯାଇଥିବା ବେଳେ ତରଳ
ନାନୋ ୟୁରିଆ ସାର ନେବାକୁ ଚାଷୀଙ୍କୁ ବାଧ୍ୟ କରାଯାଉଛି । ତରଳ ନାନୋ ୟୁରିଆ ସାର ଛିଞ୍ଚନ ପାଇଁ ଚାଷୀ ଅନଭିଜ୍ଞ ରହିଥିଲେ ବି ରିହାତି ପାଇବା ଆଶାରେ ଏହାକୁ କିଣି ନେଉଛନ୍ତି । ଏହାକୁ ନେବା
ପରେ ସେମାନେ ସଠିକ ବ୍ୟବହାର କରି ପାରୁନାହାଁନ୍ତି । କିମ୍ବା ଏନେଇ ଚାଷୀଙ୍କୁ ସଚେତନ କିମ୍ବା ତାଲିମ କରାଯାଉ ନାହିଁ । ସାର ସହ ଏହି ତରଳ ନାନୋ ୟୁରିଆ ସାରକୁ ମଧ୍ୟ ଜବରଦସ୍ତ ଚାଷୀଙ୍କ
ଉପରେ ଲଦି ଦିଆଯାଉଥ‌ିବା ବେଳେ ଏଥର ଆସିକା ବ୍ଲକରେ ଆଉ ଏକ ବ୍ୟତିକ୍ରମ ଦେଖାଦେଇଛି । ଏହି ତରଳ ନାନୋ ୟୁରିଆ ସାରର ଏକ୍ସପାଏରୀ ତାରିଖ ଗତବର୍ଷ ସରିଯାଇଛି । ଏହି ସାର କାରଖାନାରେ।ପ୍ରସ୍ତୁତ ହେବା ଦିନ ଠାରୁ ୬ ମାସ ପର୍ଯ୍ୟନ୍ତ ବ୍ୟବହାର ହୋଇଥାଏ ।
ହେଲେ ଗତ ବର୍ଷ ପ୍ରସ୍ତୁତ ହୋଇଥିବା ସାର ସମୟ ଅବଧୂ ସରିଯାଇଥିଲେ ମଧ୍ୟ ଏହା ଚାଷୀଙ୍କୁ ବଣ୍ଟନ କରାଯାଇଛି । କଥା
ଉଠିଛି ଯଦି ଗତ ବର୍ଷ ଏହି ସାର ବିକ୍ରି ହୋଇନଥୁଲା, ତେବେ ଏହାକୁ ଗଢିତ ରଖାଯାଇଥିଲା କାହିଁକି । ଗତ ବର୍ଷର ଗଚ୍ଛିତ ସାରକୁ ନୂଆ ଷ୍ଟକରେ ମିଶାଇ ବଣ୍ଟନ ହେଲା କାହିଁକି । ପ୍ରତିବର୍ଷ ଚାଷୀଙ୍କ
ପାଇଁ ଖରିଫ ଋତୁ ପୂର୍ବରୁ ଚାଷ କାମ ପାଇଁ ସାର ଆସୁଥିବା ବେଳେ ଏହି ନୂଆ ସାର ହିଁ ବଣ୍ଟନ ହେବା କଥା । ହେଲେ ପୁରୁଣା ତରଳ ସାର ବ୍ୟବହାର ଯୋଗ୍ୟ ହୋଇନଥିବା ବେଳେ ଏହାକୁ କିପରି ନୂଆ
ଆସିଥିବା ଷ୍ଟକରେ ମିଶାଇ ରଖାଗଲା । କହିବାକୁ ଗଲେ ପ୍ରାଥମିକ ସମବାୟ ସମିତିର କର୍ମଚାରୀ ମାନେ ଜାଣିଶୁଣି ଏହାକୁ କାମ କରିଛନ୍ତି ।ଚାଷୀଙ୍କୁ ଏହି ଏକ୍ସପାଏରୀ ତରଳ ସାର ଔଷଧ ଦେଇଦେଲେ ସେମାନେ ହୁଏତ ଜାଣିପାରିବେ ନାହିଁ ବୋଲି ଆକଳନ କରି ଏଭଳି କରିଥାଇପାରନ୍ତି । ସାଧାରଣତଃ ଚାଷୀ ମାନେ ଏହି ଏକ୍ସପାଏରୀ ତରଳ
ୟୁରିଆ ସାରକୁ ଦେଖୁ ନଥାନ୍ତି । ବିଶ୍ଵାସର ସହ ସେମାନେ ଏହାକୁ ବିଲରେ ବ୍ୟବହାର କରିଥାଆନ୍ତି । ହେଲେ ଚାଷୀଙ୍କୁ ଏହି ସରଳ ସ୍ୱଭାବର ସୁଯୋଗକୁ ନେଇ ସମବାୟ ବିଭାଗ ଚିତା କାଟିବାକୁ ଉଦ୍ୟମ
କରିଥିବା ଏଠାରେ ସ୍ପଷ୍ଟ ହୋଇଛି । ଯଦି ଜଣେ ଚାଷି ଏଥପ୍ରତି ଧ୍ୟାନଦେଇ ନଥାନ୍ତା, ତେବେ ବଣ୍ଟନ ହୋଇଥିବା ତରଳ ସାରକୁ ଆଉଫେରାଇ ଅଣାଯାଇ ନ ଥାନ୍ତା । ଚାଷୀଙ୍କୁ ବିକ୍ରି ହୋଇଥ‌ିବା ଏହିଏକ୍ସପାଏରୀ ଔଷଧର ପଇସାକୁ ସମବାୟ ବିଭାଗ କର୍ମଚାରୀ ମାନେ ନଷ୍ଟ ତାଲିକାରେ ପକାଇ ହଡପ କରିବାକୁ ସୁବିଧା ହୋଇଥାନ୍ତା । ହେଲେ ଚାଷୀମାନେ ଏହା ଜାଣିସାରିବା ପରେ ପ୍ରାଥମିକ ସମବାୟ ସମିତି
କର୍ମଚାରୀ ମାନେ ତୁରନ୍ତ ଚାଷୀଙ୍କୁ ଫୋନ କରି ଏହି ତରଳ ସାରକୁ
ଫେରାଇ ଆଣିବାକୁ ଉଦ୍ୟମ କରିଛନ୍ତି | ସମବାୟ ବିଭାଗର ଏହି ଦୋ–ଚାଲାକା ନୀତି ଏବେ ପଦାରେ ପଡିଥିବା ବେଳେ ତୁରନ୍ତ ଏ ନେଇ ତଦନ୍ତ ହେବା ଆବଶ୍ୟକ ବୋଲି ଚାଷୀ ମହଲରେ ଚର୍ଚ୍ଚା ଜୋର ହେଉଛି।

    Related News

    Follow Us