ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ମଦନପୁର ଗ୍ରାମରେ ୪ ଅପରିଚିତ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ସେହି ଗଁାର ଲିଙ୍କନ୍ ବଳିୟାରସିଂହ ଓରଫ୍ ବାପିଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ଗୁରୁତର କରିଛନ୍ତି। ବାପିଙ୍କ ଗୋଡ଼, ହାତ ଓ ଛାତିରେ ଗଭୀର କ୍ଷତ ସୃଷ୍ଟି ହୋଇଛି ଏବଂ ସେ ଏବେ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି।
ବାପି ଆଜି ସକାଳୁ ମଦନପୁର କଲେଜ ଛକରୁ କ୍ଷୀର ନେଇ ଘରକୁ ଫେରୁଥିଲେ। ଗୋହିରା ପଟରୁ ଦୁଇଟି ବାଇକ୍ରେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ମଦନପୁର ସ୍କୁଲ୍ ନିକଟରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ସେମାନେ ଫେରିବା ବେଳେ ଖଣ୍ଡା ଦୁଇଟିକୁ ରାସ୍ତାରେ ଘୋଷାରି ଘୋଷାରି ନେଇଥିଲେ। ତେଣୁ ଲୋକମାନେ ଭୟରେ ସେମାନଙ୍କୁ ପିଛା କରିନଥିଲେ। ବାଇକ୍ ଦୁଇଟିର ନମ୍ବର ପ୍ଲେଟ୍ରେ ଗୋବର ଲାଗିଥିଲା। ତେଣୁ ନମ୍ବର ଜଣାପଡ଼ୁନଥିଲା। ସେହିଭଳି ସେମାନେ ହେଲ୍ମେଟ୍ ପିନ୍ଧିଥିବାରୁ ଚିହ୍ନିବା ସମ୍ଭବ ହୋଇନଥିଲା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ