ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ବ୍ଲକ ଅନ୍ତର୍ଗତ ଶସ୍ୟକଳା ମୁଖ୍ୟ ରାସ୍ତା କଡରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟଟି ଖୋଲିବା ବଦଳ ତାଲା ପଡୁଥିବା ନେଇ ଆସୁଥିବା ସ୍ଥାନୀୟ ଲୋକେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଉକ୍ତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଲହୁଣୀପଡା ବ୍ଲକ ଠାରୁ ପ୍ରାୟ ୩୦ କିଲୋମିଟରେ ଅବସ୍ଥିତ ଏହି ଶସ୍ୟକଳା ରାଜସ୍ବ କାର୍ଯ୍ୟାଳୟ ରହିଛି।ତେବେ ଉକ୍ତ ଗ୍ରାମଟି ବଣ ଜଙ୍ଗଲ ଭିତର ଥିବା ବେଳେ ଏହି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟଟିକୁ ପ୍ରଶାସନ ଅଧିକାରୀ ନା ଲହୁଣୀପଡା ତହସିଲ ଅଧିକାରୀଙ୍କ ପାଦ ପଡୁ ନଥିବାରୁ ଏଠାରେ ନିଯୁକ୍ତି ପାଇଥିବା ଆରଆଇ କାର୍ଯ୍ୟାଳୟଟି ଖୋଲିବା ବଦଳରେ ତାଙ୍କର ମନ ମୁତାବକ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ ତାଲା ପକାଇ ରଖୁଥିବା ନେଇ ଅଭିଯୋଗ ହୋଇଛି। ତେବେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ ଆସୁଥିବା ଲୋକେ ବଡ ହଇରାଣ ହରକତ ହେବା ସହ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଯଦି ଏହି କାର୍ଯ୍ୟାଳୟଟି ଖୋଲା ନଯାଇ ତାଲା ପଡୁଛି।ଯାହାଫଳରେ ଲୋକଙ୍କ ଜମିବାଡ଼ି କାମ କେଶ ମାଲିମକଦ୍ଦମା ଆଦି ରାଜସ୍ବ ଟିକସ ଆଦାୟ ଠାରୁ ନେଇ ବିଭିନ୍ନ କାମ କରିବା ପାଇଁ ଚାହୁଁଥିଲେ ମଧ୍ୟ କାର୍ଯ୍ୟାଳୟଟି ତାଲା ପଡୁଥିବାରୁ ଲୋକେ ଏଠାକୁ ଆସି ଫେରୁଥିବା ନେଇ ଅଭିଯୋଗ ହୋଇଛି । ତେଣୁ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବା ସହ କାର୍ଯ୍ୟାଳୟଟି ପ୍ରତେକ ଦିନ ଖୋଲା ରହିବା ପାଇ ସ୍ଥାନୀୟ ଜଣ ସାଧାରଣର ମହଲରେ ଦାବି ହେଉଛି ।