Search
Close this search box.

ସୀନ୍ଦ୍ରିଗାଁ ରେ ବିଜେଡି ର ପ୍ରଚାର

0
SHARES
5
VIEWS

ବାଲିଗୁଡ଼ା- କନ୍ଧମାଳ ଲୋକସଭା ପ୍ରାର୍ଥୀ ଡ଼ଃ ଅଚ୍ୟୁତ ସାମନ୍ତ ଓ ବାଲିଗୁଡ଼ା ବିଧାନସଭା ମଣ୍ଡଳୀ ପାଇଁ ଦ୍ୱିତୀୟ ଥର ପାଇଁ ଚକ୍ରମଣି କହଁର ଟିକେଟ ପାଇବା ପରେ ମାରାଥନ ପ୍ରଚାର ଆରମ୍ଭ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା,ଲୋକସଭା ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କୁ ପୁଣି ଥରେ ନିର୍ବାଚିତ କରି ବିଧାନସଭାକୁ ପଠେଇବା ପାଇଁ
ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ସଂଯୋଜକ ଟୁନା ଦାସ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି। ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ସୀନ୍ଦ୍ରିଗାଁ ପଞ୍ଚାୟତରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବାଲିଗୁଡା ମା ବରାଳଦେବି ମନ୍ଦିରରେ ମାଙ୍କୁ ଦର୍ଶନ କରି ଶୋଭାଯାତ୍ରାରେ ବାହାରି ସୀନ୍ଦ୍ରି ଗାଁ ଗ୍ରାମରେ ପହଞ୍ଚିଥିଲେ। ସୀନ୍ଦ୍ରୀ ଗାଁ ଗ୍ରାମବାସୀଙ୍କ ପକ୍ଷରୁ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ସଂଯୋଜକ ଟୁନା ଦାସ, ପୁର୍ବତନ ଏନ୍ ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ, ଉତ୍ତରୀୟ ଦେଈ ସ୍ବାଗତ ସମ୍ବର୍ଦ୍ଧନା କରିବାସହ ଶୋଭାଯାତ୍ରା କରାଯାଇ ସଭାସ୍ଥଳି ପର୍ୟ୍ୟନ୍ତ ପାଛୋଟି ନିଆଯାଇଥିଲା । ଏହି ସମ୍ମିଳନୀରେ ଆଗକୁ ୨୦୨୪ ସାଧାରଣ ନିର୍ବାଚନର ରଣ ନୀତି ପ୍ରସ୍ତୁତ କରାଯିବା ସହ ମୁଖ୍ୟ ଅତିଥି ଓ ସନମ୍ମାନିତ ଅତିଥି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନା ଓ ନିର୍ବାଚନୀ ଇସ୍ତାହାର ବିଷୟରେ ଅଭିଭାଷଣ ଦେଇଥିଲେ।
ଏହାପରେ ଆସନ୍ତା ମେ ୨୦ତାରିଖରେ ହେବାକୁ ଥିବା ସଧାରଣ ନିର୍ବାଚନରେ ଯୋଡ଼ି ଶଙ୍ଖ ରେ ଭୋଟ ଦେବା ପାଇଁ ଭୋଟ ଭିକ୍ଷା କରିଥିଲେ।। ଶହ ଶହ ଗ୍ରାମବାସୀଙ୍କ ସହଯୋଗ ଓ ଭଲପାଇବା ଦେଖୀ ଆଗମୀ ସଧାରଣ ନିର୍ବାଚନରେ ଆମେ ନିଶ୍ଚିତ ବିଜୟ ଲାଭ କରିବୁ ବୋଲି କହିଥିଲେ ସଂଯୋଜକ ଟୁନା ଦାସ। ଏହି କର୍ମୀ ସମ୍ମିଳନୀରେ ବିଧାୟକ ପ୍ରାର୍ଥୀ ଚକ୍ରମଣି କହଁର ଓ ବାଲିଗୁଡା ବିଧାନସଭା ମଣ୍ଡଳୀ ସଂଯୋଜକ ଟୁନା ଦାସ, ସମେତ ସୀନ୍ଦ୍ରିଗାଁ ସରପଞ୍ଚ ରଘୁନାଥ ମଲିକ, ସମିତି ସଭ୍ୟା ପ୍ରମିଳା ଦିଗାଲ, ସନ୍ତୋଷ ଦିଗାଲ, ବହୁ କର୍ମକର୍ତା ଓ ଶହ ଶହ ସମର୍ଥକ ଉପସ୍ଥିତ ଦେଇଥିଲେ ।

    Related News

    Follow Us