ଟେଲିଗ୍ରାମ୍ ଗ୍ରୁପ୍ରେ ଯୋଡ଼ିବା ପରେ ମ୍ୟୁଲ୍ ଆକାଉଣ୍ଟ ଜରିଆରେ ଟଙ୍କା ଲୁଟି ନେଉଥିବା ଏକ #ସାଇବର ଠକ ଗ୍ୟାଙ୍ଗ୍କୁ #ଖଣ୍ଡଗିରି ଅଞ୍ଚଳରୁ ଠାବ କରାଯାଇଛି। ଭୁବନେଶ୍ବର ସାଇବର ଥାନା ପୁଲିସ ଗିରଫ କରିଥିବା ଅଭିଯୁକ୍ତମାନେ ହେଲେ ଖଣ୍ଡଗିରି ମାର୍ଗ ଅଞ୍ଚଳର #ବାଳଗୋପାଳ ବାରିକ(୨୮), ଘାଟିକିଆ ଅଞ୍ଚଳର #ଦେବେନ୍ଦ୍ର ସେଠୀ(୨୮) ଓ #ସନ୍ଦୀପ ରାଉତ(୨୩)। ସେମାନଙ୍କଠାରୁ ବହୁ ବ୍ୟାଙ୍କ ପାସ୍ବୁକ, ପରିଚୟପତ୍ର, ସଂସ୍ଥାର ଜାଲ୍ କାଗଜପତ୍ର ଆଦି ଜବତ କରାଯାଇଛି। ଏହି ରୢାକେଟ୍ର ଆହୁରି କିଛି ସଦସ୍ୟଙ୍କୁ ଠାବ କରିବାକୁ ଯୋଜନା ଚାଲିଛି ବୋଲି ଜଣାପଡ଼ିଛି।ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ