ପୁଣି ଗୃହରେ ଉଠିଲା ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ । ଅବକାରୀ ମନ୍ତ୍ରୀ ଇସ୍ତଫା ଦାବି କଲା ବିଜେଡି । ଶୂନ୍ୟକାଳରେ ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ନୀତି ନୈତିକତା ଓ ନିଶାମୁକ୍ତ କଥା କହି ସରକାରକୁ ଆସୁଥିବା ବିଜେପି, ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗରେ କୁଆଡେ ଗଲା ନୀତି ନୈତିକତା ।
ମଦ ପିଇ ଯେଉଁମାନେ ଚିକିତ୍ସତି ହେଉଥିଲେ । ସେମାନଙ୍କ ମଧ୍ୟରୁ ଶନିବାର ଜଣଙ୍କର ମୃତ୍ୟୁ ଘଟିଛି । ଆଉ ୪ ଜଣଙ୍କ ଅବସ୍ଥା କହିହେବନି । କିନ୍ତୁ ତାକୁ ନେଇ ସରକାର ଚିନ୍ତିତ ନାହାନ୍ତି । ଥିଲେ ଆଜି ଜଣଙ୍କର ଜୀବନ ଯାଇନଥାନ୍ତା । ଆମ ଦଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା ଆଉ ଆଜିର ଘଟଣା ପରେ ନୀତି ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଗୃହରେ ବି ତାର ତଥ୍ୟ ରଖନ୍ତୁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଦାବି କରିଛନ୍ତି, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋ