ରାମନବମୀ ରେ ଜୟ ଶ୍ରୀରାମ ଧ୍ୱନି ରେ ପ୍ରକମ୍ପିତ ଯୋଡା ସହର,,,ଯୋଡା-(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡା ସହର ରେ ରାମ ନବମୀ ଉତ୍ସବ ଖୁବ ଧୁମଧାମରେ ପାଳିତ ହୋଇଯାଇଛି, ଏହି ଉତ୍ସବ କୁ ମହାଉତ୍ସବ କହିଲେ କିଛି ଭୁଲ ହେବ ନାହିଁ, ହଜାର ହଜାର ଭକ୍ତ ଙ୍କ ସମାଗମ ରେ ଏହି ରାମ ଉତ୍ସବ କୁ ପାଳନ କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଥିଲା, ଅଯୋଧ୍ୟା ରେ ରାମ ମନ୍ଦିର ପ୍ରତିଷ୍ଠା ହେବା ପରେ ସାରା ଦେଶରେ ଏହାର ପ୍ରଭାବ ଖୁବ ଭଲ ପଡିଥିବା ବେଳେ ଯୋଡା ସହର ମଧ୍ଯ ରାମ ଧ୍ୱନି ରେ ପ୍ରକମ୍ପିତ ହେଉଥିଲା, ଯୋଡା ସହର ର ମୁଖ୍ୟ ରାସ୍ତା ଉପରେ ଥିବା ଦୁଇ ହନୁମାନ ମନ୍ଦିର ର ଭକ୍ତ ଏବଂ କମିଟି ର ସଦସ୍ୟ ଏକତ୍ରୀତ ହୋଇ ଅପରାହ୍ନ ସମୟରେ ରାମ ଝଣ୍ଡା ନେଇ ଏକ ବିଶାଳ ଶୋଭାଯାତ୍ରା ବାହାରି ସମଗ୍ର ଯୋଡା ସହର ପରିକ୍ରମା କରିଥିଲେ, ଏହାକୁ ଦେଖିବା ପାଇଁ ତଥା ଶୋଭାଯାତ୍ରା ରେ ଯୋଡି ହେବାପାଇଁ ପ୍ରତ୍ୟେକ ବସ୍ତି, କଲୋନୀ, ଛକ ଗୁଡିକ ରେ ହଜାର ହଜାର ଶ୍ରଦ୍ଧାଳୁ ଜମା ହୋଇଥିବା ଦେଖିବାକୁ ମିଳିଥିଲା, କମିଟି ପକ୍ଷରୁ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାରର ବାଦ୍ୟଯନ୍ତ୍ର , ଡିଜେ, କଳା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା, ସକାଳୁ ସନ୍ଧ୍ଯା ପର୍ଯ୍ୟନ୍ତ ଏକ ଆଧ୍ୟାତ୍ମିକ ବାତାବରଣ ଯୋଡା ସହର ଭିତରେ ଦେଖିବାକୁ ମିଳିଥିଲା, ଉକ୍ତ ବିଶାଳ ଶୋଭାଯାତ୍ରା ରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ସ୍ଥାନେ ସ୍ଥାନେ ଦହି ପଣା, ଥଣ୍ଡା ପାନୀୟ ର ବ୍ୟବସ୍ଥା ମାରୱାଡି ସମାଜ,କୃପାଳୁ ରୁହାନି ମିଶନ ଓ ଅନ୍ୟ ସଂଗଠନ ପକ୍ଷରୁ କରାଯାଇଥିଲା, ରାମଝଣ୍ଡା ଶୋଭାଯାତ୍ରା ସମୟରେ ଭକ୍ତ ଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଥିବା ସହ 24 ପ୍ଲାଟୁନ ପୋଲିସ ବଳ ମୁତୟନ ରହିଥିଲେ, ତେବେ ପୂର୍ବ ବର୍ଷ ଅପେକ୍ଷା ଏ ବର୍ଷ ଶୋଭାଯାତ୍ରା ରେ ଅଧିକ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି, ଏହା ଛଡା ନବନିର୍ମିତ ଯୋଡା ଫ୍ଲାଇଓଭର୍ ପୋଲ କୁ ମଧ୍ଯ ସୁରକ୍ଷା ଦୃଷ୍ଟିରୁ ଉଭୟ ପାର୍ଶ୍ଵ ରୁ ଗମନାଗମନ ନିମନ୍ତେ ବନ୍ଦ କରାଯାଇଥିଲା,,