Search
Close this search box.

ବିଶ୍ୱର ଅନ୍ୟତମ ବୃହତ ଷ୍ଟିଲ କାରଖାନାର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ 

0
SHARES
3
VIEWS

ଏହି କାର୍ଯ୍ୟକ୍ରମରେ ବାଲିକୁଦା-ଏରସମା ବିଧାୟକ ଶ୍ରୀ ରଘୁନନ୍ଦନ ଦାସ, ପାରାଦୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ, ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଏବଂ ସାଂସଦ ଡ. ରାଜଶ୍ରୀ ମଲ୍ଲିକ ଯୋଗ ଦେଇ ଏହି ସବୁ ପ୍ରକଳ୍ପ ସମଗ୍ର ଜଗତସିଂହପୁର ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇ ଜିଲ୍ଲାକୁ ସମୃଦ୍ଧ କରିବ ଏବଂ ରାଜ୍ୟ ଯୁବଗୋଷ୍ଠୀ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ଆଣିବ ବୋଲି କହିବା ସହିତ ପାରାଦୀପ ତଥା ସମଗ୍ର ଓଡିଶାର ରୂପାନ୍ତର ପାଇଁ ସାରା ଭାରତ ବର୍ଷର ବିକାଶ ପୁରୁଷ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସବୁଦିନ ମନେ ରଖିବ ସମଗ୍ର ଦେଶ ବୋଲି ସେମାନେ କହିଥିଲେ।

ଅନ୍ୟତମ ଅତିଥି ଭାବେ JSW ର ମୁଖ୍ୟ ଶ୍ରୀ ସଜ୍ଜନ ଜିନ୍ଦଲ ତାଙ୍କ ଉଦ୍‌ବୋଧନରେ କହିଥିଲେ ଯେ ବହୁ ବର୍ଷ ପୂର୍ବେ ରାଷ୍ଟ୍ର ନାୟକ ବିଜୁ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଯୋଜନା କରିଥିଲେ। ପ୍ରକୃତରେ ଏହା ଥିଲା ବିଜୁବାବୁଙ୍କ ସ୍ୱପ୍ନ। ଆଜି ତାଙ୍କ ସୁପୁତ୍ରଙ୍କ ଦ୍ୱାରା ଏହି ସ୍ୱପ୍ନ ସାକାର ହୋଇଥିବା ଦେଖି ସେ ଖୁସି ଅନୁଭବ କରୁଥିବେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାରେ ଆଜି ପ୍ରକୃତ ବିକାଶ ଘଟିଛି ଏବଂ ଓଡିଶାରେ ଶିଳ୍ପାୟନ ପ୍ରକ୍ରିୟା ଦ୍ରୁତ ହୋଇଛି ବୋଲି କହି JSW ପାଇଁ ଓଡିଶା ହେଉଛି ପ୍ରମୁଖ ନିବେଶ ସ୍ଥଳୀ। ଓଡିଶାର ଅର୍ଥନୈତିକ ଅଭିବୃଦ୍ଧିରେ ଆମେ ସବୁଦିନ ସହଯୋଗ କରିବୁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ଏହି ଅବସରରେ ଜିନ୍ଦଲ ପରିବାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି. କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ।

ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

    Related News

    Follow Us