Search
Close this search box.

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ

0
SHARES
1
VIEWS

ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ତହସିଲ ଅନ୍ତର୍ଗତ ତସଲାଡିହିର ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀ ବୁଧବାର ଜଣେ ଅଭିଯୋଗକାରୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ସୂଚନା ମୁତାବକ, ତସଲାଡିହିର ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀ ଜଣେ ବ୍ୟକ୍ତିଙ୍କ ଚାଷଜମିର କିସମ ପରିବର୍ତ୍ତନ କରି ବାସୋପଯୋଗୀ ଜମି କରିବା ନେଇ ରିପୋର୍ଟ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଆଜି ଅଭିଯୋଗକାରୀ ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ଏଥିସହ ତାଙ୍କଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି। ଏହାପରେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଲିଲି ଚୌଧୁରୀଙ୍କ ସୁନ୍ଦରଗଡ଼ ଜିଲ୍ଲାର ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ରାଉରକେଲା ଭିଜିଲାନ୍ସରେ ଏନେଇ ଏକ ମାମଲା ରୁଜୁ ହୋଇଛି।

    Related News

    Follow Us