ଆଙ୍କର – 2/9/24ଆସିକା ନିକଟ ହିଞ୍ଜିଳି ଥାନା ଅନ୍ତର୍ଗତ ବ୍ରହ୍ମପୁର ଯିବା ରାସ୍ତା ପିତଳ ଛକରେ ଗତ ୨୧/୦୩/୨୨ ତାରିଖ ରାତ୍ର ସମୟରେରେ ଚାରି ଭାଇକୁ ନିର୍ମମ ହତ୍ୟା କରାଯାଇଥିବା ଘଟଣାର ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇଛି l ଆସିକା ଅତିରକ୍ତ ଜିଲ୍ଲା ଦୌରା ଜର୍ଜ ପ୍ରବୀର କୁମାର ଚୌଧୁରୀ ୨୬ ଜଣ ସାକ୍ଷ୍ୟ ପ୍ରମାଣକୁ ବିଚାର କରି ୫ ଜଣ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ରାୟ ଶୁଣାଇଛନ୍ତି l ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଚିତ୍ରସେନ ସେଠି, ସନ୍ତୋଷ ସ୍ୱାଇଁ, ବାହାନପତି ବେହେରା, ମିଲନ ସ୍ୱାଇଁ ଏବଂ ମୁଖ୍ୟ ଅଭିଯୁକ୍ତ ଅମୀୟ କୁମାର ସ୍ୱାଇଁ ଓରଫ ସାଧୁ ରହିଛନ୍ତି l ମିଳିଥିବା ସୂଚନା ଅନୁଯାୟୀ ଗତ ୨୧/୦୩/୨୨ ତାରିଖରେ
ହିଞ୍ଜିଳି ଥାନା ପିତଳ ଛକ ଜାତୀୟ ରାଜପଥ – ୫୯ ରେ ବିଳମ୍ବିତ ରାତିରେ ଲୋମହର୍ଷକ ଘଟଣା ଘଟିଥିଲା । ଦୁବୃର୍ତ୍ତଙ୍କ ଖଣ୍ଡା, ଲୁହାରଡ୍ ଓ ବିଭିନ୍ନ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ୩ଭାଇ ଓ ସର୍ମ୍ପକୀୟ ଜଣେ ଭାଇଙ୍କୁ ଅତି ବିଭତ୍ସ ହତ୍ୟା କରାଯାଇଥିଲା। ଏହି ଚର୍ଚ୍ଚିତ ହତ୍ୟାକାଣ୍ଡରେ ପ୍ରତିପକ୍ଷ ଗୋଷ୍ଠୀର ଜଣେ ଆକ୍ରମଣକାରୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟମାନେ ଘଟଣା ପରେ ଘଟଣା ସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ । ହତ୍ୟାକାଣ୍ଡ ଘଟଣାରେ ମୃତକ ବ୍ୟକ୍ତି ମାନଙ୍କ ମଧ୍ୟରେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳୁ ସ୍ୱାଇଁଙ୍କ ୩ ପୁଅ ରାଜା ସ୍ୱାଇଁ (୨୮), ଶମ୍ଭୁ ସ୍ୱାଇଁ (୨୫), ପାଣ୍ଡବ ସ୍ୱାଇଁ (୨୩) ଓ ଅନ୍ୟ ଜଣଙ୍କ ମଙ୍ଗୁଳୁଙ୍କ ନାବାଳକ ପୁତୁରା ବଉଳଘାଇ ଗ୍ରାମର ଚନ୍ଦନ ସ୍ୱାଇଁ (୧୬) ବୋଲି ସୂଚନା ରହିଛି । ଏଥିରେ ପ୍ରତିପକ୍ଷ ଗୋଷ୍ଠୀର ଆକ୍ରମଣକାରୀ ଅମିୟ ସ୍ୱାଇଁ ଓରଫ୍ ସାଧୁ (୩୫) ଗୁରୁତର ହୋଇଥିଲେ । ମୃତକଙ୍କ ବାପା ମଙ୍ଗୁଳୁଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ନଂ- ୧୪୧/୨୨ରେ ହିଞ୍ଜିଳି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ସରଜମିନ୍ ତଦନ୍ତ ଆରମ୍ଭ କରିଥିଲେ । ଉତ୍ତ୍ୟକ୍ତ ଗ୍ରାମବାସୀ ଦୋଷୀଙ୍କୁ ଫାଶିଦଣ୍ଡ ଓ ସଂପୃକ୍ତ ଗ୍ରାମ ନିକଟରେ ଥିବା ୨ ମଦ ଦୋକାନ ଉଚ୍ଛେଦ ଦାବି କରି ଅଡି ବସିବା ସହ ହତ୍ୟା ଘଟଣା ଘଟିବାର ପର ଦିନ ସକାଳ ୯ଟାରୁ ୫୯ ନଂ ଜାତୀୟ ରାଜପଥ ଅବରୋଧ କରିବା ସାଙ୍ଗକୁ ପିତଳ ଛକରେ ଏକ ପୋଲିସ ଫାଣ୍ଡି କରିବାକୁ ଦାବୀ କରିଥିଲେ l ଏହି କେସକୁ ଗଞ୍ଜାମ ସରକାର ଓକିଲ ରୂପେ ତ୍ରିଲୋଚନ ପରିଡା ଏବଂ ପ୍ରତିପକ୍ଷ ଓକିଲ ସରତେନ୍ଦୁ ପଣ୍ଡା କେସ ପରିଚାଳନା କରୁଥିଲେ l