ଯୋଡା,୦୨/୦୮(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡ଼ା ଟାଟା ଷ୍ଟିଲ ର ଯୋଡା ଇଷ୍ଟ ଲୌହ ଖଣି କୁ ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଦଶମ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ପୁରସ୍କାର ସମାରୋହରେ ‘ଇନୋଭେଟିଭ୍ କ୍ୱାଲିଟି ସିଷ୍ଟମ୍ ଫର୍ ଏକ୍ସିଲେନ୍ସ’ ବର୍ଗରେ କ୍ୱାଲିଟି ସିଷ୍ଟମରେ ଉତ୍କର୍ଷତା ପାଇଁ ଗୋଲ୍ଡ ଆୱାର୍ଡ ପ୍ରଦାନ କରାଯାଇଛି ।ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜିତିନ ପ୍ରସାଦା ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ । ଟାଟା ଷ୍ଟିଲ ତରଫରୁ ଟାଟା ଷ୍ଟିଲର ଇମ୍ପ୍ରୋଭମେଣ୍ଟ (ଓଏମକ୍ୟୁ) ହେଡ ସଞ୍ଜିତ କୁମାର ଆଧ୍ୟା ଏବଂ ଟାଟା ଷ୍ଟିଲର ଯୋଡା ଇଷ୍ଟ ଲୌହ ଖଣି ର ଇକ୍ୟୁପମେଣ୍ଟ ମେଣ୍ଟେନାନ୍ସ ହେଡ କ୍ରିଷ୍ଣା ମୋହନ ଏହି ପୁରସ୍କାର ଗ୍ରହଣ କରିଥିଲେ ।
ଯୋଡା ଇଷ୍ଟ ଲୌହ ଖଣି ରେ ହାତକୁ ନିଆଯାଇଥିବା ଗୁଣବତ୍ତା ପ୍ରଣାଳୀଗୁଡ଼ିକ ମଧ୍ୟରେ ପ୍ରଭାବଶାଳୀ କାର୍ଯ୍ୟକାରିତା ସହିତ ଗ୍ରାହକ କୈନ୍ଦ୍ରିକ ଗୁଣବତ୍ତା ନୀତି, ଅନଲାଇନ୍ ଦସ୍ତାବିଜ ନିୟନ୍ତ୍ରଣ ବ୍ୟବସ୍ଥା, ନିରନ୍ତର ଉନ୍ନତି ପାଇଁ ଟୋଟାଲ କ୍ୱାଲିଟି ମ୍ୟାନେଜମେଣ୍ଟ (ଟିକ୍ୟୁଏମ) ନୀତି ଗ୍ରହଣ କରିବା ଏବଂ ଗୁଣବତ୍ତା ଯାତ୍ରାରେ ୧୦୦% କର୍ମଚାରୀଙ୍କ ସମ୍ପୃକ୍ତି ଆଦି ସାମିଲ ରହିଛି ଫିକି ସମ୍ମିଳନୀ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ସେମାନଙ୍କର ସର୍ବୋତ୍ତମ ଅଭ୍ୟାସ ଏବଂ ଅଭିନବ ସମାଧାନ ବାଣ୍ଟିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା ଯାହା ଉତ୍କୃଷ୍ଟ ଗୁଣବତା ପ୍ରଣାଳୀ ଏବଂ ସେମାନଙ୍କ ସଂଗଠନ ମଧ୍ୟରେ ସାମଗ୍ରିକ ପ୍ରଦର୍ଶନକୁ ବୃଦ୍ଧି କରିଛି ।ଏହି କାର୍ଯ୍ୟକ୍ରମରେ ଯୋଡା ଇଷ୍ଟ ଲୌହ ଖଣି ର ମାନ୍ୟତା ଏହାର ଗୁଣବତାର ଉଚ୍ଚମାନ ବଜାୟ ରଖିବା ଏବଂ କାର୍ଯ୍ୟରେ ନିରନ୍ତର ଉନ୍ନତି ପାଇଁ ଏହାର ପ୍ରତିବଦ୍ଧତାକୁ ଦର୍ଶାଉଛି