Search
Close this search box.

ଟାଟା ଷ୍ଟିଲ ପକ୍ଷରୁ ଗୁଆଲି ଠାରେ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଆରମ୍ଭ

0
SHARES
239
VIEWS

ଯୋଡା, ୦୬,୨୦୨୪: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଗୁଆଲି ପଞ୍ଚାୟତ ଠାରେ ଟାଟା ଷ୍ଟିଲ ତରଫରୁ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ କୁ ଉତ୍ସର୍ଗୀକୃତ କରାଯାଇଛି I
ଗୁଆଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶନିବାର ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବଡବିଲ ତହସିଲଦାର ଡି ଏସ୍ ଶୁଭଦର୍ଶି ଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ, ଦୀପକ ବେହେରା, ଚିଫ, ଟାଟା ଷ୍ଟିଲ କଳମଙ୍ଗ ଗନ୍ଧଲପଦା ପ୍ରକଳ୍ପ, ଗୁଆଲି ସରପଞ୍ଚ ବିଦ୍ୟାଧର ନାଏକ, ସମାଜ ସେବୀ କୁଶ ଆପଟ ଙ୍କ ସହ ପତକା ଦେଖାଇ ଏହି ଆମ୍ବୁଲାନ୍ସ ସେବା କୁ ଉଦଘାଟନ କରିଥିଲେ I ଏହି ବର୍ଣ୍ଣାଢ୍ୟ ପରିବେଶ ରେ, ଶୁଭ୍ରାଂଶୁ ଶେଖର ମିଶ୍ର, ହେଡ୍, କଳମଙ୍ଗ, କୁନ୍ଦନ କୁମାର, ହେଡ୍, ଗନ୍ଧଲପଦା, ସଂଜୟ ସର୍ଦାର, ଲିଡ, ଟାଟା ଷ୍ଟିଲ ଫାଉଣ୍ଡେସନ, ପୂର୍ବତନ ସରପଞ୍ଚ ଡବର ମୁଣ୍ଡା, ପଞ୍ଚାୟତ ସମିତି ସଦସ୍ୟ ବିମଳା ନାଏକ, ସମସ୍ତ ୱାର୍ଡ ର ସଦସ୍ୟବୃନ୍ଦ, ଟାଟା ଷ୍ଟିଲ ଫାଉଣ୍ଡେସନ ର ଅଧିକାରୀ ମାନଙ୍କ ସହ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ I ଆଡଭାନ୍ସଡ ଏଆରୱେ, କାର୍ଡିଆକ ମନିଟର, ଆଇ ଭି ଫ୍ଲୁଇଡ଼ ଏବଂ ମେଡିକେସନ ଭଳି ସୁବିଧା ଥିବା ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସ ନିକଟବର୍ତ୍ତୀ କେନ୍ଦୁଡିହି, ପାଣ୍ଡୁଲିପୋଷି, ନୂଆଗାଁ, ଗନ୍ଧଲପଡା, ବରପଦା ସମେତ ଆଖପାଖ ଅଞ୍ଚଳର ପ୍ରାୟ ୫୦୦୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଙ୍କୁ ଚବିଶ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ପାରିବ I ଏ ସମ୍ପର୍କରେ ଗୁଆଲି ଗ୍ରାମର ସବିତା ବାରିକ କହନ୍ତି, “ଏହି ସେବା ଯୋଗୁଁ ବହୁ ଲୋକ ତତକ୍ଷଣାତ ଚିକିତ୍ସା ପାଇବା ସହ ଅନେକ ଙ୍କର ଜୀବନ ବଞ୍ଚାଇ ହେବ I ଏଥିପାଇଁ ଆମେ ସମସ୍ତେ ଟାଟା ଷ୍ଟିଲ ଫାଉଣ୍ଡେସନ କୁ ଧନ୍ୟବାଦ ଜ୍ଞାପନ କରୁଛୁ I”କେନ୍ଦୁଡିହି ଗ୍ରାମର ବସନ୍ତ ନାୟକକହନ୍ତି, “ଏହି ଦୁର୍ଗମ ଅଞ୍ଚଳରେ ଏଭଳି ସେବା ଆମ ପାଇଁ ଆଶାର ଆଲୋକ ସଦୃଶ I ଏହା ଦ୍ଵାରା ଆଖପାଖ ଅଞ୍ଚଳର ବହୁତ ଗ୍ରାମବାସୀ ଉପକୃତ ହୋଇପାରିବେ” I ଏହି ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଜୀବନ ଜିବିକା କ୍ଷେତ୍ରରେ ସୁଧାର ଆଣିବା ପାଇଁ ଟାଟା ଷ୍ଟିଲ ଅନେକ ଯୋଜନା କାର୍ଯ୍ୟକାରୀ କରୁଛି ଏବଂ ଏହି ପ୍ରଚେଷ୍ଟା ଆଗାମୀ ଦିନରେ ମଧ୍ୟ ଜାରି ରହିବ I

    Related News

    Follow Us