ଆସିକା: ଆସିକା ଗତ କିଛି ଦିନ ହେଲା ଦିନରେ ତାତି ବଢୁଥିବା ବେଳେ ଘନ ଘନ ବିଦ୍ୟୁତ କାଟ ହେଉଛି। ଟାଟା ପାୱାର ମର୍ଜୀରେ ଲୋକଙ୍କୁ ବିଦ୍ୟୁତ ଯୋଗାଯାଉଛି। କୌଣସି ସୂଚନା ନ ଦେଇ ଅବାଧ ରେ ବିଦ୍ୟୁତ କାଟ ଯୋଗୁଁ ଲୋକେ ଗରମ ଓ ଗୁଳୁ ଗୁଳି ଯୋଗୁଁ ନାକେଦମ ହେଉଥିବା ଜଣାପଡିଛି। ଏନେଇ ବାବୁ ମାନଙ୍କୁ ଫୋନ କରିଲେ ବାବୁ ମାନେ ଫୋନ ରିସିଭ କରୁ ନାହାନ୍ତି। ଟାଟା ପାୱାର ହାତକୁ ଶକ୍ତି ବିଭାଗ ଚାଲିଯିବା ପରେ ତାଙ୍କ ମର୍ଜୀ ରେ ଲୋକଙ୍କୁ ବିଦ୍ୟୁତ ଯୋଗାଣ ହେଉଛି। ଥିବା ଵାଲା ବିଦ୍ୟୁତ ବକେୟ ଦେବାକୁ ଥିଲେ ତାଙ୍କ ଗୃହ ନିକଟରେ ନିଶୁଣି ଲାଗୁ ନାହିଁ। ଗରିବ ଗୁରୁବ ସ୍ୱଳ୍ପ ଟଙ୍କା ବକେୟା ଥିଲେ ନାଲି ଆଖି ସାଙ୍ଗକୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଉଥିବା ଅଭିଯୋଗ ହେଉଛି। ଆକାଶ ରେ କଳା ବାଦଲ ଦେଖିଲେ ବିଦ୍ୟୁତ ସଙ୍ଗେ ସଙ୍ଗେ ଗୋଲ ହୋଇଯାଉଛି। ଗରମ ଗୁଳ ଗୁଳି କୁ ଦେଖି ବିଦ୍ୟୁତ କାଟ ବନ୍ଦ କରିବାକୁ ସଚେତନ ମହଲ ରେ ଦାବୀ ହେଉଛି।