ଭଣ୍ଡ ଜ୍ୟୋତିର୍ବିଦ୍ ନୀଳାମ୍ବର କଲେଜ୍ ଛାତ୍ରୀଙ୍କ ଉପରେ ବେଶି ନଜର ରଖୁଥିଲା। ବିଶେଷକରି ପ୍ରେମ ସମ୍ପର୍କ ଭାଙ୍ଗିଯାଉଥିବା ଛାତ୍ରୀମାନଙ୍କୁ ଫସାଉଥିଲା। ପ୍ରେମ ଫାଟ ଯୋଡ଼ିବା ବାହାନାରେ ଛାତ୍ରୀମାନଙ୍କୁ ତା’ ଜାଲରେ ଛନ୍ଦି ଦେଉଥିଲା। ପୂଜାପାଠ ଆଳରେ ଅସଦାଚରଣ କରୁଥିଲା। ପୁଲିସ ସୂଚନାନୁସାରେ ସାଧାରଣତଃ ଲୋକଲଜ୍ଜା ଭୟରେ କେହି ସାମ୍ନାକୁ ଆସି ଏଭଳି ଅଭିଯୋଗ କରନ୍ତି ନାହିଁ। ଏବେ ତାକୁ ଅସଦାଚରଣ, ଠକେଇ, ବ୍ଲାକ୍ମେଲ୍ ଭଳି ସଂଗିନ୍ ଦଫାରେ ଗିରଫ କରାଯାଇଛି। ତେଣୁ ତା ବିରୋଧରେ ଅଭିଯୋଗ ତାଲିକା ଲମ୍ବା ହୋଇପାରେ। ତଥାପି ତା’ର ମୋବାଇଲ୍ ନମ୍ବରକୁ ଯାଞ୍ଚ କରାଯାଉଛି ଏବଂ ସେଥିରୁ କିଛି ସୁରାକ୍ ମିଳିବା ଆଶା କରାଯାଉଛି ବୋଲି ପୁଲିସ କହିଛି, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ