ସମାଜ’ ରିଲିଫ କମିଟିର ଅଧ୍ୟକ୍ଷ ଭାବେ ସୋମବାର ଅପରାହ୍ଣରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି। ମଣ୍ଡଳର ଓଡ଼ିଶା ଶାଖା କାର୍ଯ୍ୟକାରୀ କମିଟିର ନିଷ୍ପତ୍ତି ଅନୁସାରେ ରିଲିଫ କମିଟିକୁ ପୁନର୍ଗଠନ କରାଯାଇଛି।ନବଗଠିତ କମିଟିରେ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା ସମ୍ପାଦକ ରହିଛନ୍ତି। ଡା. ଶିଶୁଶଙ୍କର ମିଶ୍ର, ଭବାନୀ ପ୍ରସାଦ ମିଶ୍ର, ମହେଶ ମଲ୍ଲ ଓ ପଲ୍ଲବ ଦାଶ ସଦସ୍ୟ ରହିଥିବାବେଳେ ‘ସମାଜ’ର ସମ୍ପାଦକ ଡ. ପ୍ରମୋଦ କୁମାର ମହାପାତ୍ର, ‘ସମାଜ’ର ମୁଖ୍ୟ ପରିଚାଳକ ଶିବରାମ ମିଶ୍ର ଓ ଲୋକନାଥ ରାଉତ କମିଟିକୁ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ