ମଦପିଇ ଗାଡ଼ି ଚଳାଉଥିବା ଡ୍ରାଇଭରମାନଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ଭୁବନେଶ୍ବରବସ୍ମାଲିକସଂଘ ଆଗାମୀ ଦିନରେ ବ୍ୟାପକ ପଦକ୍ଷେପ ନେବାକୁ ଯାଉଛି। ବସ୍ ମାଲିକ ସଂଘ ଆସନ୍ତା ୧୫ ତାରିଖ ଠାରୁ ନିଶାସକ୍ତ ଡ୍ରାଇଭରଙ୍କୁ ଯାଞ୍ଚ କରିବ।
ରାଜ୍ୟ ଘରୋଇ ବସ୍ ମାଲିକ ସଂଘର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ କହିଛନ୍ତି ସଙ୍ଘ ପକ୍ଷରୁ ବରମୁଣ୍ଡାରେ ଜୋରଦାର ଚେକିଂ କରାଯିବ। ଯେଉଁମାନେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇଉଥିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ମଦ୍ୟପ ଡ୍ରାଇଭରଙ୍କୁ କୌଣସି ଗାଡ଼ି ଚଳାଇବାକୁ ଦିଆଯିବ ନାହିଁ। ତାକୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ କରାଯିବ। ସଂଘ କହିଛି ଯେ, ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ଦ୍ୱାରା ଯେଉଁ ଦୁର୍ଘଟଣା ବଢୁଛି ତାକୁ ନଜରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ସଂଘର ଏହି ନିଷ୍ପତ୍ତିକୁ ଓଡ଼ିଶା ଡ୍ରାଇଭର ମହାସଙ୍ଘ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ