କ୍ରାଇମବ୍ରାଞ୍ଚ ଏସଟିଏଫ୍ କବଜାରେ କଶ୍ମୀରର ସନ୍ଦୀଗ୍ଧ ଆତଙ୍କୀ । ଯାଯପୁର ଧର୍ମଶାଳାରୁ ସଦ ଇଶାନ ବୁଖାରୀଙ୍କୁ ଗିରଫ କଲା ଏସଟିଏଫ । ଠକେଇ ଓ ଦେଶ ବିରୋଧୀ ତତ୍ତ୍ୱ ସହ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇଥିବା ସୂଚନା ରହିଛି । ଅଭିଯୁକ୍ତ ଠାରୁ ଶହେରୁ ଉର୍ଦ୍ଧ୍ୱ ଡକ୍ୟୁମେଣ୍ଟ ଜବତ କଲା ଏସଟିଲଫ୍ ।
ନିଜକୁ ପିଏମଓ ଅଧିକାରୀ, ଏନଆଇଏ ଅଧିକାରୀଙ୍କ ନିକଟତମ କହୁଥିଲା । ଅଭିଯୁକ୍ତ ବୁଖାରୀ ୬/୭ ଯୁବତୀଙ୍କୁ ବିବାହ କରିଥିବା ସୂଚନା ରହିଛି । କାଶ୍ମୀର, ୟୁପି, ମହାରାଷ୍ଟ୍ର ଓ ଓଡିଶାର ଯୁବତୀଙ୍କୁ ବାହା ହୋଇଥିଲା । ବିଭିନ୍ନ ୱେବସାଇଟ୍ ଓ ଆପ୍ରେ ମଧ୍ୟ ଯୁବତୀଙ୍କ ସହ ସଂପର୍କ ରଖିଥିଲା । କେରଳର କିଛି ସନ୍ଦୀଗ୍ଧ ଓ ପାକିସ୍ତାନୀଙ୍କ ସହ ବି ଯୋଗାଯୋଗରେ ଥିଲା । ଠକେଇ ମାମଲାରେ କାଶ୍ମୀର ପୋଲିସର ୱାଣ୍ଟେଡ୍ ତାଲିକାରେ ଥିଲା ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ