Search
Close this search box.

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ : ଡିସେମ୍ବର ସୁଦ୍ଧା ସବୁ ସରକାରୀ କୋଠାରେ ମିଳିବ ସୌର ବିଦ୍ୟୁତ୍‌

0
SHARES
2
VIEWS

ରାଜ୍ୟର ସମସ୍ତ ସରକାରୀ କୋଠାରେ ରୁଫଟପ୍ ସୋଲାର ସିଷ୍ଟମ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି । ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସବୁ ସରକାରୀ କୋଠାରେ ସୌର ବିଦ୍ୟୁତ ଉପଲବ୍ଧ ହେବ । ମିଶନ ମୋଡରେ ଏହି ସରକାର ବିଭାଗ ଓ ସଂସ୍ଥାର କୋଠାରେ ରୁଫଟପ୍ ସୋଲାର ସିଷ୍ଟମ ସ୍ଥାପନ ନିମନ୍ତେ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ପାଇଁ ରାଜ୍ୟ ଶକ୍ତି ବିଭାଗ ନିର୍ଦ୍ଦେଶ ଦେଇଛି ।

କେନ୍ଦ୍ର ନବୀକରଣ ଓ ଅକ୍ଷୟଶକ୍ତି ମନ୍ତ୍ରଣାଳୟର ପ୍ରସ୍ତାବ ଆଧାରରେ ରାଜ୍ୟ ସରକାର ମିଶନ ମୋଡରେ ଚଳିତବର୍ଷ ଡିସେମ୍ବର ସୁଦ୍ଧା ସମସ୍ତ ସରକାରୀ କୋଠାରେ ରୁଫଟପ୍ ସୋଲାର ସିଷ୍ଟମ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁ ସବୁ ସରକାରୀ ବିଭାଗ ଓ ସଂସ୍ଥାର କୋଠାରେ ୨୦୦ କିଲୋୱାଟ୍ ଅବା ତା’ଠୁ ଅଧିକ ବିଦ୍ୟୁତ ଆବଶ୍ୟକ ହେଉଥିବ ସେହି କୋଠାଗୁଡ଼ିକର ଛାତରେ ସୌରବିଦ୍ୟୁତ ପ୍ଲାଂଟ ସ୍ଥାପନ ରିନ୍ୟୁଓବଲ ଏନର୍ଜି ସର୍ଭିସ କମ୍ପାନୀ(ଆରଇଏସସିଓ) ଦ୍ୱାରା କରାଯିବ । ଏହି ମଡେଲରେ ବିଭାଗଗୁଡ଼ିକୁ କୌଣସି ପାଣ୍ଠି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଏହି ସୋଲାର ସିଷ୍ଟମ ସ୍ଥାପନଠୁ ଆରମ୍ଭ କରି ୨୫ବର୍ଷ ପର୍ଯ୍ୟନ୍ତ ପରିଚାଳନା ଓ ମରାମତି ଖର୍ଚ୍ଚ ଆରଇଏସସିଓ ତୁଲାଇବ ।

    Related News

    Follow Us