ସିତାଂଶୁ ମୋହନ ଦ୍ବିବେଦୀ ହେଲେ ବାର୍ କାଉନ୍ସିଲ୍ ଅଧ୍ୟକ୍ଷ
ରାଜୀବ ମହାନ୍ତି କାଉନ୍ସିଲ୍ର ଉପାଧ୍ୟକ୍ଷ ନିର୍ବାଚିତ
ବହୁ ପ୍ରତୀକ୍ଷିତ ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି । ଏଥିରେ ରାଜ୍ୟର ଜଣାଶୁଣା ବରିଷ୍ଠ ଆଇନଜୀବୀ ସୀତାଂଶୁ ମୋହନ ଦ୍ୱିବେଦୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ଦ୍ୱିବେଦୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସୌରଚନ୍ଦ୍ର ମହାପାତ୍ରଙ୍କ ଠାରୁ ବହୁ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି । ପ୍ରାୟ ୪ ବର୍ଷ ଧରି ଅଧ୍ୟକ୍ଷ ପଦବୀ ଖାଲି ପଡିଥିଲା । ପରିଶେଷରେ ଉଚ୍ଚନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ଏହି ନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ସମାପନ ହୋଇଛି, ଯାଜପୁର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ