ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁଳୁ ଗ୍ରାମରେ କିଆ ଫୁଲ ଚାଷୀ ମାନଙ୍କ ତରଫରୁ ଆୟୋଜିତ ସଭାରେ ଯୋଗଦେଇ ଚାଷୀ ଏବଂ ଅଞ୍ଚଳବାସୀଙ୍କ ସମସ୍ୟା ସମାଧାନ ପନ୍ଥା, ଚାଷୀଙ୍କ ଉତ୍ପାଦନ, ଅମଳ, ବ୍ୟବସାୟର ସରଳୀକରଣ ପାଇଁ ଆବଶ୍ୟକୀୟ ସାହାଯ୍ୟ ତଥା ସେମାନଙ୍କ ସୁବିଧା, ଅସୁବିଧା ଓ ସମାଧାନ ପନ୍ଥା ଗୁଡ଼ିକ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଆଗାମୀ ଦିନରେ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରି ଯଥାସାଧ୍ୟ ସାହାଯ୍ୟ ଓ ସମାଧାନ ପାଇଁ ବଦ୍ଧ ପରିକର ଅଛନ୍ତି ବୋଲି ମତବ୍ୟକ୍ତ କରିଥିଲେ…।