ଆସନ୍ତା ୨୪ ତାରିଖରେ ରାଜ୍ୟରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ବାଲେଶ୍ୱର,ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ଏହି ଘୂର୍ଣ୍ଣିବଳୟ ରହିବ । ଏହା ପ୍ରଭାବରେ ୨୩ରୁ ଉତ୍ତର ଓଡ଼ିଶାରେ ବର୍ଷା ହେବ । ଦିନବେଳା ଖରା ହେଉଥିବାରୁ ଅପରାହ୍ନରେ ଘଡ଼ଘଡ଼ି ହୋଇପାରେ ବୋଲି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ.ଶରତ ସାହୁ ପୂର୍ବାନୁମାନ କରିଛନ୍ତି ।
ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ୨୪ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ଓଡ଼ିଶା ଉପକୂଳରେ ୨୨ରୁ ୨୫ ତାରିଖ ଯାଏ ୩୫ରୁ ୪୫ କିମି ବେଗରେ ପବନ ବହିବ । ଏଥିପାଇଁ ମତ୍ସଜୀବୀମାନେ ସମୁଦ୍ରକୁ ନ ଯିବାକୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି) ସତର୍କତା ଜାରି କରିଛନ୍ତି ।
ଘୂର୍ଣ୍ଣିବଳୟ ପ୍ରଭାବରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁରରେ ବର୍ଷା ହେବ । ଏବେ ଦିନବେଳା ବାୟୁମଣ୍ଡଳରେ ଜଳୀୟବାଷ୍ପ ଅଧିକ ରହୁଛି । ଖରା ବି ହେଉଛି । ଏଥିପାଇଁ ଘଡ଼ଘଡ଼ିର ତୀବ୍ରତା ବଢ଼ିବ ବୋଲି ଡ. ସାହୁ ପୂର୍ବାନୁମାନ କରିଛନ୍ତି । ନୟାଗଡ଼ ଜିଲ୍ଲାରେ ଆଜି ୩୯ମିମି ବର୍ଷା ହୋଇଛି । ଭଦ୍ରକରେ ୩୪, ବାଲେଶ୍ୱରରେ ୨୫.୬ ଓ ବାରିପଦାରେ ୧୭ମିମି ବର୍ଷା ହୋଇଛି ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋ