ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସଭା ଗୃହରେ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରିମିତା ଶବରଙ୍କ ସଭାପତିତ୍ୱରେ , ନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ପିଏମ “ସ୍ୱନିଧି ଭି, ସ୍ୱାଭିମାନ ଭି” ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ଯୋଜନାର ଉଦ୍ଦେଶ୍ୟ ପରିଷଦ ସଦର ବୁଲା ବିକାଳୀ ଏବଂ ଉଠା ଦୋକାନୀ ମାନେ ସ୍ଥାନୀୟ ବ୍ୟାଙ୍କରୁ ସ୍ୱଳ୍ପ ସୁଧ ହାରରେ ଋଣ ନେଇ ସ୍ଵଭାବଲମ୍ବୀ ହୋଇ ପାରିବେ। ଉକ୍ତ ଅଭିଯାନ ନଭେମ୍ବର ୧୮ ତାରିଖ ଠାରୁ ଡିସେମ୍ବର ୦୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଥିବା ବେଳେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ତରଫରୁ ୨୫, ୨୬, ୨୯ ଓ ୩୦ ତାରିଖରେ ବୈଠକ ଅନୁଷ୍ଠିତ ନେଇ ବିଜ୍ଞାପନ ଜାରି ରହିଥିବା ବେଳେ ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ସହଯୋଗୀ ସଂସ୍ଥା ଭାରତୀୟ ଷ୍ଟେଟ ବ୍ୟାଙ୍କ ଗୁଡ଼ାରୀ ଶାଖା ଓ ଆକ୍ସସିସ ବ୍ୟାଙ୍କ ଗୁଡ଼ାରୀ ଶାଖାର ଶାଖା ପରିଚାଳକ ମାନେ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ପରିଷଦ କର୍ମଚାରୀ, ବୁଲା ବିକାଳୀ ଉପସ୍ଥିତ ରହିଥିଲେ। ଉକ୍ତ ବୈଠକକୁ ଗୋଷ୍ଠୀ ସଂଯୋଜିକା ଶ୍ରୀମତି ଇତିଶ୍ରୀ ତ୍ରିପାଠୀ ଆୟୋଜନ କରିଥିବା ବେଳେ ଅନିଲ କୁମାର ଶତପଥୀ ପରିଚାଳନା କରିଥିଲେ।ରିପୋର୍ଟ :ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ସ୍ତରୀୟ ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ ସଂଘର୍ଷ ଟିଭି।