Search
Close this search box.

ଭାଗଲ ପୁର ରେ ଅଣ୍ଡର ପାସ ରାସ୍ତା ନିର୍ମାଣ ପାଇଁ ରେଳ ବିଭାଗ ପକ୍ଷରୁ ଅଞ୍ଚଳ ପରିଦର୍ଶନ ଓ ନିରୀକ୍ଷଣ

0
SHARES
161
VIEWS

ଯୋଡା,୧୯/୨(ସଂଘର୍ଷ ରମେଶ) ଯୋଡା ବ୍ଲକ ବିରିକଳା ଗ୍ରାମପଞ୍ଚାୟତର ଭାଗଲ ପୁର ଠାରେ ଏକ ଅଣ୍ଡର ପାସ ରାସ୍ତା ନିର୍ମାଣ ପାଇଁ ରେଳ ବିଭାଗ ର ଅଧିକାରୀ ମାନେ ଆଜି ଅଞ୍ଚଳ ପରିଦର୍ଶନ କରି ପରୀକ୍ଷଣ ଓ ନିରୀକ୍ଷଣ କରିଛନ୍ତି ।ସ୍ଥାନୀୟ ସରପଞ୍ଚ ମୁଖ ନାଏକ୍‌ ଙ୍କ ଉପସ୍ଥିତିରେ ଆଜି ଭାଗଲପୁର୍‌-ବିଲେଇପଦା ରେଳ ଧାରଣା ରେ ଅଣ୍ଡର୍ ପାସ୍‌ ରାସ୍ତା ନିର୍ମାଣ ପାଇଁ ରେଳ ବିଭାଗ ପକ୍ଷରୁ ଏହି ଅଞ୍ଚଳ ନିରୀକ୍ଷଣ କରାଯାଇଛି ।ସୂଚନାଯୋଗ୍ୟ କି ସ୍ଥାନୀୟ ଏହି ଭ।ଗଲ ପୁର ରେଳ ଲାଇନ ଦେଇ ସ୍ଥାନୀୟ ଅଞ୍ଚଳ ବାସୀ ଯାତାୟାତ କରନ୍ତି ।ତେବେ ଏହ।ରେଳ ଧାରଣା କ୍ରସିଂ ପଏଣ୍ଟ ଥିବାରୁ ଏଠାରେ ରେଳ ବିଭାଗ ପକ୍ଷରୁ କୌଣସି ଫାଟକ ଲଗାଯାଇ ନ ଥିଲା କି ରେଳ ବିଭାଗ ପକ୍ଷରୁ ରେଳ ଗାଡ଼ି ଚଳାଚଳ ନେଇ କୌଣସି ସୂଚନା ମିଳି ପାରୁ ନ ଥିଲା ।ଅନେକ ସମୟରେ ଏହି ରାସ୍ତା ଦେଇ ଲୋକେ ଯାତାୟାତ କରିବା ବେଳେ ଟ୍ରେନ ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନି ହୋଇଛି
।ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳ ବାସୀ ରେଳ ବିଭାଗ ର ଦୃଷ୍ଟି ଆକର୍ଷଣ କରି ଥିଲେ ହେଁ କୌଣସି ସୁଫଳ ପାଇ ନ ଥିଲେ ।ସ୍ଥାନୀୟ ସରପଂଚ,ନାଏବ ସରପଞ୍ଚ ଙ୍କ ଉଦ୍ୟମ କ୍ରମେ,କେନ୍ଦୁଝର ଲୋକସଭା ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଙ୍କୁ ଘଟଣାସ୍ଥଳ ପରିଦର୍ଶନ କରାଇ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ।ତେବେ ସାଂସଦ ଚନ୍ଦ୍ର।ଣି ମୁର୍ମୁ ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ୍ ସିଂ ଭୁମ୍‌ ଲୋକସଭା ସାଂସଦ ଗୀତା କଡା ଓ ପୁର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ମଧୁ କଡା ଙ୍କ ସହ ଏ ନେଇ ଆଲୋଚନା କରି ଉକ୍ତ ଅଂଚଳରେ ଏକ ଅଣ୍ଡର ପାସ ରାସ୍ତା ନିର୍ମାଣ ପାଇଁ ଦକ୍ଷିଣ – ପୂର୍ବ ରେଳ ପଥ କୁ ପ୍ରସ୍ତାବ ଦେବା ପରେ ଗତ ଡିସେମ୍ବର ମାସ ରେ ଏହାର ଟେଣ୍ଡର ପ୍ରକ୍ରିୟା ହୋଇଥିଲା ।ଏହି ଟେଣ୍ଡର ପ୍ରକ୍ରିୟା ପରେ ବିଭାଗ ପକ୍ଷରୁ ଅଞ୍ଚଳ ପରିଦର୍ଶନ, ପରୀକ୍ଷଣ ଓ ନିରୀକ୍ଷଣ କରିବା କୁ ବିଭାଗୀୟ ଅଧିକାରୀ ମାନେ ଏହି ଆସିଥିବା ସ୍ଥାନୀୟ ପୂର୍ବତନ ନାଏବ ସରପଂଚ ବିଷ୍ଣୁ ଖିଲାର କହିଛନ୍ତି । ଚକ୍ରଧରପୁର ଡ଼ିଭିଜନ ରୁ ଆସିଥିବା ରେଳ ବିଭାଗର ଆଈ.ଓ.ଡବ୍ଲ୍ୟ ବୁଦନ ସିଂ ଜାମୁଦା,ପି.ଡବ୍ଲ୍ୟ.ଆଈ ଲକ୍ଷ୍ମଣ୍‌ ରଜକ୍‌ ତଥା ଅନ୍ୟାନ୍ୟ ଉଚ୍ଚପଦାଧିକାରି ମାନେ ବିରିକଳା ଗ୍ରାମପଞ୍ଚାୟତର ପୁର୍ବତନ ନାଏବ- ସରପଞ୍ଚ ବିଷ୍ଣୁ ଖିଲାର୍‌ ଙ୍କ ଉପସ୍ଥିତି ରେ ଏହି ଅଞ୍ଚଳ ନିରୀକ୍ଷଣ ସମ୍ପୂର୍ଣ କରିଥିବା ବେଳେ ଖୁବ୍ କମ୍ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଉପସ୍ଥିତ ଅଧିକାରୀମାନେ ପ୍ରକାଶ କରିଥିଲେ ।ଏଥି ଯୋଗୁଁ ଅଞ୍ଚଳ ବାସି ଙ୍କ ଦୀର୍ଘ ଦିନ ର ସ୍ବପ୍ନ ଏବଂ ଦାବି ପୁରଣ ହେବ। ନେଇ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରି ଛନ୍ତି l

    Related News

    Follow Us