Search
Close this search box.

ବିଜେପି ପକ୍ଷରୁ ଯୋଡା ଅଞ୍ଚଳରେ ଶକ୍ତି ପ୍ରଦର୍ଶନ

0
SHARES
1
VIEWS

ବିଜେପି ପକ୍ଷରୁ ଯୋଡା ଅଞ୍ଚଳରେ ଶକ୍ତି ପ୍ରଦର୍ଶନ, ବାଇକ ରାଲି ସହ ଦମଦାର ପ୍ରଚାର,, (ସଂଘର୍ଷ ରମେଶ)- କେନ୍ଦୁଝର ଜିଲ୍ଲା ଯୋଡା ଖଣି ଅଞ୍ଚଳରେ ବିଜେପି ପକ୍ଷରୁ କେନ୍ଦୁଝର ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଙ୍କୁ ସ୍ଵାଗତ ଓ ସମ୍ବର୍ଦ୍ଧନା ପାଇଁ ବିପୁଳ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା, ନିଜେ ବିଧାନସଭା ପ୍ରାର୍ଥୀ ମୁରଲୀ ମନୋହର ଶର୍ମା ନିଜ ସମର୍ଥକଙ୍କ ସହ ଉପସ୍ଥିତ ରହି ସଂସାଦ ପ୍ରାର୍ଥୀ ଅନନ୍ତ ନାୟକ ଙ୍କୁ ସ୍ଵାଗତ କରିଥିଲେ, ପ୍ରଥମେ କଳାପାହାଡ ସ୍ଥିତ ତାରିଣୀ ମା ଙ୍କ ମନ୍ଦିର ରେ ପହଂଚି ଦର୍ଶନ କରି ଉଭୟ ଆଶିର୍ବାଦ ନେବା ସହ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ହେବ ଏକ ବାଇକ ରାଲି ଦ୍ଵାରା ଯୋଡା ନଗର ପରିକ୍ରମା କରିବା ସହ ଶକ୍ତି ପ୍ରଦର୍ଶନ କରିଥିଲେ, ଏହି ଶୋଭାଯାତ୍ରାରେ ଯୋଡା ସହର ର ସହ ସହ ଲୋକ ସାମିଲ ହେବା ସହିତ, ଯୁବ, ବୃଦ୍ଧ, ମଧ୍ୟବୟସ୍କ, ମହିଳା ଓ ବିଜେପି କର୍ମୀ ସାମିଲ ଥିଲେ , ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେପି ପତିଆରା ସେତେ ଲମ୍ବା ହେବାକୁ ଲାଗିଛି, ଅଯୋଧ୍ୟା ରେ ପ୍ରଭୁ ଶ୍ରୀରାମ ଙ୍କ ମନ୍ଦିର ପ୍ରତିଷ୍ଠା ପରେ ସାରା ଭାରତ ବର୍ଷରେ ବିଜେପି ନିଜ ଲୋକପ୍ରିୟତା ବୃଦ୍ଧି କରି ଚାଲିଥିବା ବେଳେ ବିଭିନ୍ନ ଲୋକାଭିମୁଖି ଯୋଜନା ପାଇଁ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିଛି, ତେବେ ସାରା ରାଜ୍ଯ ରେ ପରିବର୍ତ୍ତନ ର ପବନ ବୋହୁଥିବା ବେଳେ କେନ୍ଦୁଝର ତଥା ଚମ୍ପୁଆ ମାଟିରେ ମଧ୍ଯ ପରିବର୍ତ୍ତନ ହେବ ବୋଲି ବିଧାନସଭା ପ୍ରାର୍ଥୀ ନିଜ ଦୃଢୋକ୍ତି ପ୍ରକାଶ କରିଛନ୍ତି, ଦୀର୍ଘ ବର୍ଷ ଧରି ରାଜ୍ଯ ରେ ବିଜୁ ଜନତା ଦଳ ଶାସନ କରି ଆସୁଥିବା ବେଳେ ଖଣି, ପାଣି, ଚିଟଫଣ୍ଡ କଳେଙ୍କାରୀ କରି ରାଜ୍ଯ ର ବିକାଶ କୁ କ୍ଷତି ପହଞ୍ଚାଇ ଆସିଛି, ତେଣୁ ଏଥର ତାମିଲ ହାତରୁ ରାଜ୍ଯ କୁ କିପରି ରକ୍ଷା କରାଯିବ ଏବଂ ରାଜ୍ଯ ର ବିକାଶ ହେବ ସେଥି ନିମନ୍ତେ ନିର୍ବାଚନ ପ୍ରକ୍ରିୟା ରେ ଯୋଡି ଫୁଲ ରେ ନିଜର ବହୁମୂଲ୍ୟ ମତଦାନ କରିବାକୁ ଶ୍ରୀ ଶର୍ମା ଜନସାଧାରଣ ଙ୍କୁ ଆହ୍ଵାନ କରିଥିଲେ, ଏହି କାର୍ଯ୍ୟକ୍ରମରେ ଯୋଡା ମଣ୍ଡଳ, ବଡବିଲ ମଣ୍ଡଳ ଚମ୍ପୁଆ ତଥା କେନ୍ଦୁଝର ମଣ୍ଡଳ ର ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ ।

    Related News

    Follow Us