ପୁରୁଷୋତ୍ତମପୁର ଏନଏସି ସ୍ଥିତ ତାରା ତାରିଣୀ ମହା ବିଦ୍ୟାଳୟ ରେ ଛାତ୍ରୀ ମାନଙ୍କ ମନରୁ ଭୟ ଦୂର କରିବା ସହିତ କେଉଁଠି,କେତେବେଳେ ଶତ୍ରୁର ମୁକାବିଲା କରିବା ନିମନ୍ତେଏବଂ ଶାରୀରିକ ଓ ମାନସିକ ଅଭିବୃଦ୍ଧି ନିମନ୍ତେ ଆଜି କଲେଜର ଅଧକ୍ଷ ଡ଼ ସିମାଞ୍ଚଳ ପଟନାୟକ ଙ୍କ ଅଧକ୍ଷତା ରେ ଏହି ଆତ୍ମ ସୁରକ୍ଷା କଳା, କୌଶଳ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା ସଭାପତି ଶ୍ରୀଯୁକ୍ତ ବାସୁଦେବ ମହାପାତ୍ରଯୋଗ ଦେଇ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ନିତାନ୍ତ ଜରୁରୀ ବୋଲି ମତ ଦେଇଥିଲେ |ମଞ୍ଚାସିନ ଅନ୍ୟତମ ଅତିଥି ଅଧ୍ୟାପିକା ସନ୍ଧ୍ୟା ରାଣୀ ପାତ୍ର ସେ ଜଣେ ମହିଳା ହିସାବରେ ଓ ନିଜର ଅନୁଭୂତି ଉପରେ ନରୀ ମାନଙ୍କ ଆତ୍ମ ସୁରକ୍ଷା କୁ ସେହିଁ ନିଜେ କରି ପାରିଲେ ସମାଜରେ ତାଙ୍କର କାଟତି ରହିବ ବୋଲି ମତ ଦେଇଥିଲେ | କାର୍ଯ୍ୟକ୍ରମର ମାଷ୍ଟର ଟ୍ରେନର ସୁଶ୍ରୀ ସାକମ୍ବରୀ ସାହୁ ଦୀର୍ଘ 20 ଦିନର ଏହି କାର୍ଯ୍ୟକ୍ରମ ରେ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ଉପରେ ଶିକ୍ଷାଦେଇ ଛାତ୍ରୀ ମାନଙ୍କ ଆତ୍ମ ବଳ ବଢ଼ାଇବା ସହିତ ସେମାନଙ୍କୁ ଏଭଳି ଶିକ୍ଷା ଦେଇଥିଲେ ଯାହାଦ୍ୱାରା ଯେକୌଣସି ପରିସ୍ଥିରେସେ ଶତ୍ରୁପକ୍ଷସହ ମୁକାବିଲା କରି ନିଜେ କିପରି ଉଦ୍ଧାର ହୋଇ ପାରିବେ ତାଉପରେ ନୀତିଶିକ୍ଷା ଦେଇ ସେମାନଙ୍କ ଆତ୍ମ ବିଶ୍ୱାସ କୁ ବଢ଼ାଇ ଥିଲେ | ପୂର୍ବତନ ଛାତ୍ରୀ ସୁଶ୍ରୀ ମଞ୍ଜୁଲତା ପଣ୍ଡା ମଞ୍ଚରେ ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ବିଭିର୍ଣ୍ଣ କଳା କୌଶଳ ଶିକ୍ଷା ଶିଖାଇ ଥିଲେ | ଏହି କାର୍ଯ୍ୟକ୍ରମ ଅନ୍ୟତମ ଅତିଥି ଭାବେ ପ୍ରାଣୀ ବିଜ୍ଞାନର ମୁଖ୍ୟ ଡ଼ ପ୍ରଦୀପ କୁମାର ସାହୁ, ଅର୍ଥନୀତି ବିଭୀଗୀୟ ମୁଖ୍ୟ ଡ଼ ଶ୍ରୀରାମମିଶ୍ର,ଲାଇବ୍ରେରୀ ପରିଚାଳକ କପିଳେଶ୍ୱର ଦାଶ, ପ୍ରାଣୀ ବିଜ୍ଞନର ଅନ୍ୟତମ ଅଧ୍ୟାପକ ସିଦ୍ଧାର୍ଥ ଶଙ୍କର ପଣ୍ଡା, ମଞ୍ଚାସିନରହିବା ସହ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ଉପରେ ବହୁ କିଛି ମତାମତ ଦେଇଥିଲେ | ଏହି କାର୍ଯ୍ୟକ୍ରମ କୁ ପ୍ରାଣୀ ବିଜ୍ଞାନ ର ଆଧ୍ୟାପିକା ଶ୍ରୀମତୀ ନମ୍ରତା ମିଶ୍ର, ଏହି କାର୍ଯ୍ୟକ୍ରମ ର ସଂଯୋଜନା, ପରିଚାଳନା ଅତିଥି ପରିଚୟପ୍ରଦାନ ସହିତ ଧନ୍ୟବାଦ ଅର୍ପଣ କରି ଥିଲେ | ଏହି କାର୍ଯ୍ୟକ୍ରମ ରେ କଲେଜ ର କିଛି ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ସହ କର୍ମ ଚାରି ଉପସ୍ଥିତ ଥିଲେ |