Search
Close this search box.

SBI ଡିଜିଏମ୍‌ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0
SHARES
0
VIEWS

ନୂଆପଲ୍ଲୀସ୍ଥିତ ଏକ ଆପାର୍ଟମେଣ୍ଟ୍‌ର ଫ୍ଲାଟ୍‌ରୁ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଡେପୁଟି ଜେନେରାଲ ମ୍ୟାନେଜର(ଡିଜିଏମ୍‌)ଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି । ନୟାପଲ୍ଲୀ ଥାନା ପୋଲିସ ଶୁକ୍ରବାର ଅପରାହ୍ଣରେ ଫ୍ଲାଟ୍‌ର କବାଟ ଭାଙ୍ଗି ଡିଜିଏମ୍‌ ସୁନୀଲ କୁମାର ଖଟେଇଙ୍କ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।ଶ୍ରୀ ଖଟେଇଙ୍କ ନିଜଘର ଗଞ୍ଜାମ ପଡ଼ିଆଝୁଲି । ସେ ନୟାପଲ୍ଲୀ ଜଗନ୍ନାଥ ଶକୁନ୍ତଳା ଆପାର୍ଟମେଣ୍ଟ୍‌ ଫ୍ଲାଟ୍‌ ନଂ-୨୦୨ରେ ରହୁଥିଲେ । ତାଙ୍କ ପତ୍ନୀ ଜଣେ ବିଚାରପତି । ୨ ଝିଅ(୩ ବର୍ଷ ଓ ୭ ବର୍ଷ) ମା’ଙ୍କ ପାଖରେ ରହୁଥିବା ବେଳେ ଶ୍ରୀ ଖଟେଇ ଏଠାରେ ଏକାକୀ ରହୁଥିଲେ । ଶୁକ୍ରବାର ସକାଳୁ ସେ ଘରୁ ବାହାରି ନଥିଲେ ।

ପରିବାର ଲୋକେ ବାରମ୍ବାର ଫୋନ୍‌ କରିଥିଲେ ମଧ୍ୟ ସେ ଉଠାଇ ନଥିଲେ । ତେଣୁ ତାଙ୍କ ଭାଇ ସପନ ଖଟେଇ ଅପରାହ୍ଣରେ ଆସି କବାଟ ବାଡ଼େଇଥିଲେ । କବାଟ ନ ଖୋଲିବାରୁ ସେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି କବାଟ ଭାଙ୍ଗି ଦେଖିବା ବେଳକୁ ଶ୍ରୀ ଖଟେଇଙ୍କ ମୃତଦେହ ଏକ ବେଡ୍‌ସିଟ୍‌ ବେକରେ ଗୁଡ଼ାହୋଇ ଫ୍ୟାନ୍‌ରେ ଝୁଲୁଥିଲା । ପୋଲିସ ମୃତଦେହ ଜବତ କରିଥିଲା ।

    Related News

    Follow Us