ପଞ୍ଚାୟତ ସ୍ଥରରେ ଜାରିରହିଥିବା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ କୁ ନେଇ ବେହାଲ ହେଲେଣି ସରପଞ୍ଚ l ପଞ୍ଚାୟତ ମାନଙ୍କ ରେ ସରପଞ୍ଚ ମାନେ କାର୍ଯ୍ୟକ୍ରମ ଧୁମ ଧାମ ରେ ଆୟୋଜନ କରୁଛନ୍ତି ହେଲେ କାର୍ଯ୍ୟକ୍ରମ ବାବଦ ବିଲ ସେମାନଙ୍କୁ ସଠିକ ସମୟ ରେ ଦିଆଯାଉନାହିଁ l ଫଳରେ ବିଭିନ୍ନ ସମସ୍ୟା ଭୋଗୁଛନ୍ତି ସରପଞ୍ଚ l ଏହାର ପ୍ରତିବାଦ ରେ ବିଡ଼ିଓ ଙ୍କୁ ଅଭିଯୋଗ କରିଛି ସରପଞ୍ଚ ସଙ୍ଘ l ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ରେ l ଜାନୁଆରୀ 18 ଠାରୁ ଆସିକା ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଜାରି ରହିଥିବା ବେଳେ କାର୍ଯ୍ୟକ୍ରମ ବାବଦ କୁ ଆସିଥିବା ବିଲ ଓ ଅନ୍ୟାନ୍ୟ ଉନ୍ନ୍ନୟନ ମୂଳକ କାର୍ଯ୍ୟର ବିଲ ସରପଞ୍ଚ ମାନଙ୍କୁ ଠିକ ସମୟରେ ପ୍ରଦାନ କରାଯାଉନଥିବା ଅଭିଯୋଗ ରେ ଆଜି ସନ୍ଧ୍ୟା 6 ଟା ସମୟରେ ସରପଞ୍ଚ ସଙ୍ଘ ଦକ୍ଷିଣ ଓଡିଶା ଜୋନ ସମ୍ପାଦକ ଭବାନୀ ଶଙ୍କର ମଲ୍ଲିକ ଙ୍କ ନେତୃତ୍ୱରେ ଆସିକା ବ୍ଲକ ର 20 ରୁ ଉର୍ଦ୍ଧ ପଞ୍ଚାୟତ ର ସରପଞ୍ଚ ବ୍ଲକ କାର୍ଯ୍ୟାଳୟ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ସାକ୍ଷାତ କରିବା ସହି ନିଜ ଦାବି ଉପସ୍ଥାପନ କରିଥିବା ଦେଖୁବାକୁ ମିଳିଛି l ଆଗାମୀ ସାତଦିନ ମଧ୍ୟରେ ସଙ୍ଘ ପକ୍ଷରୁ ହୋଇଥିବା ଅଭିଯୋଗ ର ସମାଧାନ ନହେଲେ ଆନ୍ଦୋଳନ କୁ ତୀବ୍ରତର କରାଯିବା ନେଇ ସଂଘ ପକ୍ଷରୁ ସୂଚନା ମିଳିଛି l