Search
Close this search box.

ଯୋଡ଼ା ରେ ସନାତନଙ୍କ ରୋଡ଼ ଶୋ

0
SHARES
5
VIEWS

ଯୋଡା, ୩ା୫ : ଯୋଡା ପୌରାଞ୍ଚଳରେ ଚମ୍ପୁଆ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ସନାତନ ମହାକୁଡ ନିର୍ବାଚନ ପ୍ରଚାରରେ ଆସି ନିଜର ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଶୁକ୍ରବାର ଅପରାହ୍ନରେ ସନାତନ ବନେଇକଳା ଛକ ନିକଟରେ ପହଞ୍ଚିଥିଲେ । ତାଙ୍କୁ ହଜାର ହଜାର ସଂଖ୍ୟାରେ କର୍ମି ଏକ ମୋଟରସାଇକେଲ ଶୋଭାଯାତ୍ରା ମାଧ୍ୟମରେ ବାଜା, ବାଣ ଓ ଡିଜେ ବଜାଇ ଯୋଡା ସହର ମଧ୍ୟକୁ ପାଛୋଟି ନେଇଥିଲେ । ତାଙ୍କୁ ଏକ ଖୋଲା ଜିପରେ ବନେଇକଲା ଛକ ଠାରୁ ଶୋଭାଯାତ୍ରାରେ ଅଣାଯାଇ ଏନ୍.ଏ.ସି. ଗେଟ, ତାରିଣୀ ଛକ, ସତ୍ୟସାଇ ମନ୍ଦିର ଛକ, ଗାନ୍ଧି ଛକ ଦେଇ ୨ନଂ ୱାର୍ଡ ପରେ ପଶ୍ଚିମ ଯୋଡା ମାଉସୀ ମା ମନ୍ଦିର ଦେଇ ଧରଣୀଧର ଛକ ଓ ପରେ ବିଚାକୁଣ୍ଡି ନିଆଯାଇଥିଲା । ବିଚାକୁଣ୍ଡିରୁ ଫେରିବା ପରେ ହୋଟେଲ ମ୍ୟାରିଅଟ ଠାରେ ଏକ ସାଧାରଣ ସଭାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଏହି ଶୋଭାଯାତ୍ରାରେ ବିଜେଡି କେନ୍ଦୁଝର ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ, ବଡବିଲ ପୌରାଧ୍ୟକ୍ଷ ଲାଲଟୁ ମହାନ୍ତ, ଚମ୍ପୁଆ ଏନଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ, ଯୋଡା ପୌରାଧ୍ୟକ୍ଷ ଡା. ଜଗଦୀଶ ପ୍ରସାଦ ସାହୁ, ବିଜେଡି ଜିଲା ସଭାପତି କୁଶ ଆପଟ୍ଟ ପ୍ରମୁଖ ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ହଜାର ହଜାର ସଂଖ୍ୟାରେ କର୍ମକର୍ତ୍ତା ଏଥିରେ ଯୋଗଦେଇ ନବୀନ ପଟ୍ଟନାୟକ ଏବଂ ସନାତନ ମହାକୁଡଙ୍କ ଜୟ ଗାନ କରିଥିଲେ । ସମଗ୍ର ସହରଟି କିଛି ସମୟ ପାଇଁ ସବୁଜ ରଙ୍ଗ ପତାକାରେ ଆଚ୍ଛାଦିତ ହୋଇପଡିଥିବା ବେଳେ ଜୟ ଧ୍ୱନୀରେ ପ୍ରକମ୍ପିତ ହୋଇପଡିଥିଲା । ବିରାଟ ଜନସମୁଦ୍ର ମଧ୍ୟରେ ବିଭିନ୍ନ ଛକମାନଙ୍କରେ ସନାତନଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଫୁଲ ମାଲ୍ୟ ଦେଇ ସ୍ୱାଗତ କରାଯାଇଥିଲା ।

    Related News

    Follow Us