ଧରାକୋଟ ,14/12/23
ଗ୍ରାମୀଣ ଡାକ ସେବକ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ବ୍ରହ୍ମପୁର ମଣ୍ଡଳ ପକ୍ଷରୁ ଦିଆଯାଇଥିବା ଧର୍ମଘଟ ରେ ସାମିଲ ହୋଇଛନ୍ତି ଧରାକୋଟ ଉପ ଡାକଘର ଅଧିନସ୍ଥ ତେର ଗୋଟି ଶାଖା ଡାକଘର ର ଡାକସେବକ। ତାଙ୍କର ପ୍ରମୁଖ ଦାବୀ ମଧ୍ୟରେ ଆଠ ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ,ନିୟମିତ କର୍ମଚାରୀ ପରି ପଦୋରନତି, ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ ସୁବିଧା, ଗ୍ରଚୁଇଟି ଓ ଗ୍ରୁପ ଇଁସୁରାନସ ପ୍ରଦାନ,କାର୍ଯ୍ୟ ଦିବସ ଛୁଟି ଭାଙ୍ଗିବା,ଟାର୍ଗେଟ ନାମରେ ସେବକ ମାନଙ୍କୁ ନିର୍ଯାତନା ବନ୍ଦ କରିବା ଓ ସମାନ କାମକୁ ସମାନ ଦରମା ପ୍ରଦାନ କରିବା । ସଂପ୍ରତି ଡାକ ସେବକ ମାନଙ୍କ ଏହି ଧର୍ମଘଟ ଫଳରେ ଆର୍ଥିକ ଦେଣ ନେଣ, ଆଧାର ସେବା, ମନି ଅର୍ଡର,ଚିଠି ପତ୍ର ପ୍ରଦାନ ରେ ଘୋର ବାଧା ଦେଖା ଦେଇଛି।