ଆସିକା:( )ଆସିକା ବ୍ଲକ ର ଗଙ୍ଗାପୁର ପଂଚାୟତ ରେ ଗ ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଂଚାୟତ ସ୍ତରୀୟ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ଗଙ୍ଗାପୁର ସରପଞ୍ଚ ମନୋଜ ନାହାକ ଙ୍କ ଅଧକ୍ଷତାରେ ,ବିଡ଼ିଓ ଫକୀର ଚରଣ ପରିଡା,ବ୍ଲକ ଅଧକ୍ଷା ତ୍ରିବେଣୀ ନାହାକ,ସମିତି ସଭ୍ୟ ପ୍ରଭାତ କୁମାର ନାହାକ, ନାଏବ ସରପଞ୍ଚ ଗୀତାଞ୍ଜଳି ବେହେରା,ପିଇଓ ରିଙ୍କୁ ପାତ୍ର,ଯନ୍ତ୍ରୀ ରତି ରଞ୍ଜନ ବେହେରା, ଜିଆରଏସ ଲତିକା କୁମାରୀ ପାତ୍ର, ଯୋଗାଣ ସହାୟକ ମୌସୁମୀ ସାହୁ,ମିଶନ ଶକ୍ତି ବିପିସି ଚନ୍ଦ୍ର ଶେଖର ବେହେରା,
ପ୍ରମୁଖ ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଂଚାୟତ ସ୍ତରୀୟ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିର ରେ ଗାଁ ଗାଁ ରେ କିଭଳି ଜଗନ୍ନାଥ ସଂସ୍କୃତି ର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡିକର ରୂପାନ୍ତିକାରଣ ମହିଳା ସଂସକ୍ତିକରଣ ଓ ଭିତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ର ରୂପାନ୍ତିକରଣ ବିଷୟ ଗୁଡିକ ଉପରେ ଜନ ସଚେତନତା କରିଥିଲେ lଏହି କାର୍ଯ୍ୟକ୍ରମ କୁ ଗ୍ରାମ ପଂଚାୟତ ରେ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ୫୦ ଲକ୍ଷ ବ୍ୟୟ ରେ ପ୍ରକଳ୍ପ ଅନୁଦାନ, ପଂଚାୟତ ର ପରିବାର କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୂକ୍ତ, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ପ୍ରକଳ୍ପ ନିର୍ମାଣ,କାଳିଆ ଯୋଜନାରେ ସାମିଲ କରାଇବା ବୃଦ୍ଧ, ବୃଦ୍ଧା, ବିଧବା ମାନଙ୍କୁ ସାମାଜିକ ସୁରକ୍ଷା ଭତ୍ତାରେ ସାମିଲ, ଅନେକ ପରିବାରଙ୍କୁ ରାସନ କାର୍ଡ,ମମତା ଯୋଜନାରେ ଗର୍ଭବତୀ ମା ମାନଙ୍କୁ ଙ୍କୁ ମମତା ସହାୟତା, ୧୩ ଗୋଟି ସ୍ୱୟଂ ସହାୟକ ଦଳ କୁ ୬୫ ଲକ୍ଷ ଟଙ୍କା ପ୍ରଦାନ ସହ ରାଜ୍ୟ ସରକାର ପକ୍ଷରୁ ଗ୍ରାମବାସୀ ଉପକୃତ ହୋଇଛନ୍ତି ବୋଲି ବକ୍ତା ମାନେ ମତ ରଖିଥିଲେ l ଏହି କାର୍ଯ୍ୟକ୍ରମ ରେ ଶିଶୁଵିକାଶ ପ୍ରକଳ୍ପ ର ଅଞ୍ଚଳ ପରିଦର୍ଶିକା ଦୀପ୍ତି ଧୋବା,ରଂଯୁକ୍ତା ସ୍ୱାଇଁ, ଗୀତାଞ୍ଜଳି ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ l ପଂଚାୟତ ର ଅଙ୍ଗନବାଡି କର୍ମୀ, ଆଶା,
ଏମ ଵି କେ,ସିଆରପି, ୱାର୍ଡ ମେମ୍ବର, କୃଷି ବିଭାଗ,ପ୍ରାଣୀ ବିଭାଗ, ର କର୍ମଚାରୀ ମାନେ ଉପସ୍ଥିତ ଥିଲେ l ତତ ସହିତ ସମସ୍ତଙ୍କୁ ପଂଚାୟତ ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା