ମୁଖ୍ୟମନ୍ତ୍ରୀଙ୍କ ନୂଆ ରେକର୍ଡ। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ଏକ ବିରଳ ରେକର୍ଡ଼ ସୃଷ୍ଟି କରିଛନ୍ତି। ସେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବା ପାଇଁ ଦୀର୍ଘ ୨ ଘଣ୍ଟା ୮ ମିନିଟ୍ ଗୋଟିଏ ସ୍ଥାନରେ ଛିଡ଼ା ହୋଇ ନିରବଚ୍ଛିନ୍ନ ଭାବେ ପଢ଼ିଛନ୍ତି। ବିଧାନସଭାରେ ଏହା ହେଉଛି ସର୍ବକାଳୀନ ରେକର୍ଡ । ପୂର୍ବରୁ କେହି ଏତେ ସମୟ ବଜେଟ ପଢିନଥିଲେ । ନିଜ ପାଖରେ ଅର୍ଥବିଭାଗ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ସନ୍ଧ୍ୟା ୫ଟାରୁ ୭ଟା ୮ମିନିଟ୍ ଯାଏଁ ଗୃହରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିଥିଲ।, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ *