Search
Close this search box.

ସାନଖେମୁଣ୍ଡି ବି ଜେ ଡି ପ୍ରଚାରରେ ଲୋକଙ୍କ ମନ ମୋହୁଛନ୍ତି ରାଜ କୁମାରୀ ଶାନ୍ତିପ୍ରିୟା

0
SHARES
20
VIEWS

ଧରାକୋଟ,17/5/24
ଗଞ୍ଜାମ ଜିଲ୍ଲାର ରାଜନୀତିରେ ଖଲିକୋଟ,ଧରାକୋଟ ଓ ଚିକିଟି ରାଜ ପରିବାରର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ସଂପ୍ରତି ଆସନ୍ତା ସାଧାରଣ ନିର୍ବାଚନ ରେ ସାନଖେମୁଣ୍ଡି ଆସନରୁ ବି ଜେ ଡି ତରଫରୁ ଧରାକୋଟ ରାଜ ପରିବାରର ଦାୟଦ ତଥା ଧରାକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ନିର୍ବାଚନ ଲଢ଼ୁଛନ୍ତି। ଏଣୁ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଆସନର ରାଜନୀତି ଏବେ ରୋଚକ ସ୍ଥିତିରେ ପହଞ୍ଚିଛି। ଜିଲ୍ଲାର ତେର ଗୋଟି ବିଧାନ ସଭା ଆସନ ମଧ୍ୟରୁ କେବଳ ସାନଖେମୁଣ୍ଡି ଆସନକୁ ଗତ 2019 ନିର୍ବାଚନ ରେ କଂଗ୍ରେସ ଦଖଲ କରିଥିଲା । ସଂପ୍ରତି ଏହି ଆସନକୁ ଶାସକ ବିଜୁ ଜନତା ଦଳ କରାୟତ କରିବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଏଠାରୁ ବି ଜେ ଡି ତରଫରୁ ଯୁବ ପ୍ରତିଭା ଧରାକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ପ୍ରତିଦ୍ବନ୍ଦିତା କରୁଥିବା ଯୋଗୁଁ ସ୍ଥିତି ସରଗରମ ହୋଇ ଉଠିଛି । ନୂତନ ନେତୃତ୍ୱ ଯୋଗୁଁ ସମଗ୍ର ନିର୍ବାଚନ ମଣ୍ଡଳୀର ବି ଜେ ଡି କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଏହି ନିର୍ବାଚନ ମଣ୍ଡଳୀରେ ରହିଥିବା ସାନଖେମୁଣ୍ଡି ଓ ଧରାକୋଟ ବ୍ଲକ ଅଞ୍ଚଳ ରେ ପ୍ରଚାର କାର୍ଯ୍ୟକ୍ରମ ରେ ସ୍ଵତନ୍ତ୍ର ଆକର୍ଷଣ ପାଲଟିଛନ୍ତି ବି ଜେ ଡି ପ୍ରାର୍ଥୀନୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଙ୍କ ସାନ ଭଉଣୀ ରାଜ କୁମାରୀ ଶାନ୍ତିପ୍ରିୟା ଗୀତାଞ୍ଜଳି । ରାଜ କୁମାରୀ ଶାନ୍ତିପ୍ରିୟା ପ୍ରଚାର ସମୟରେ ଛୋଟ ଠାରୁ ବଡ଼,ଯୁବକ,ଯୁବତୀ, ବୃଦ୍ଧ,ବୃଦ୍ଧା ସବୁରି ମନ ମୋହିନେଉଥିବା ଦେଖିବାକୁ ମିଳୁଛି। ଉଚ୍ଚ ଶିକ୍ଷିତା ରାଜ କୁମାରୀ ଛତିଶଗଡ ର ରାଜକୁମାର କଲେଜ,ବେଙ୍ଗାଲୁରୁ ର ମାଉଣ୍ଟ କର୍ଣ୍ଣେଲ କଲେଜ ରେ ପଢା ଶେଷ ପରେ ନୂଆଁ ଦିଲ୍ଲୀ ରେ ୟୁ ପି ଏସ ସି ପାଇଁ କୋଚିଙ୍ଗ ନେଉଥିବା ରାଜ କୁମାରୀ ଶାନ୍ତିପ୍ରିୟା ନିଜ ବଡ଼ ଭଉଣୀ ସୁଲକ୍ଷଣା ଗୀତାଞ୍ଜଳି ଙ୍କ ପାଇଁ ଉଭୟ ବ୍ଲକରେ ପ୍ରଚାର କରୁଛନ୍ତି । ରାଜ ତନ୍ତ୍ରର ବିଲୋପ ଘଟିଥିବା ବେଳେ ରାଜ ପରିବାରର ଜଣେ ସଦସ୍ୟ ସାଧାରଣ ଜନତା ଙ୍କ ମଧ୍ୟରେ ଭାବ ବିନିମୟ କରି ପ୍ରଚାର କରୁଥିବାରୁ ତାହା ବେଶ ପ୍ରଭାବ ଶାଳୀ ହେଉଛି । ଛୋଟ ଠାରୁ ବଡ ସମସ୍ତଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ବିଜୁ ଜନତା ଦଳ ର ଜନ ହିତକାରୀ ଯୋଜନା ସମ୍ପର୍କରେ ସେ ଲୋକଙ୍କୁ ବୁଝାଇ ନିଜ ଭଉଣୀ ଙ୍କ ପାଇଁ ଭୋଟ ମାଗୁଛନ୍ତି । ଯାହାକି ଦଳପାଇଁ ପରୋକ୍ଷରେ ବେଶ ସହାୟକ ହେଉଛି।

    Related News

    Follow Us