Search
Close this search box.

ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ ୨0୨୪ ପାଳିତ |     

0
SHARES
4
VIEWS

ଖୋର୍ଦ୍ଧା ,୧୯/୮(ସୂର୍ଯ୍ୟକାନ୍ତ ଦଳେଇଙ୍କ ରିପୋର୍ଟ ):ସମ୍ବାଦ-ଆମ ଓଡିଶା ଓ ସମ୍ବାଦ ସାହିତ୍ୟଘର ପକ୍ଷରୁ ଆୟୋଜିତ ପ୍ରଥମବାର୍ଷିକ ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ ପାଳନ ଉତ୍ସବ -୨0୨୪ ଜଙ୍କିଆସ୍ଥିତ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର  ଓମଶାନ୍ତି ଭବନ ଠାରେ ଅନୁଷ୍ଠାନର ମୁଖ୍ୟ ଶାଖା ପରିଚାଳିକା ବିକେ ଉମା ଭଉଣୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି |ଅତିଥିଭାବେ ନିରାକାରପୁର ଶାଖା ରାମେଶ୍ୱର ସମ୍ବାଦ ସାହିତ୍ୟଘରର ଉପ-ସଭାପତି ବୀରେନ୍ଦ୍ର କୁମାର ପଟ୍ଟନାୟକ, ଜଙ୍କିଆ ପଞ୍ଚାୟତର ପ୍ରାକ୍ତନ ସମିତିସଭ୍ୟ କୃଷ୍ଣଚନ୍ଦ୍ର ନରେନ୍ଦ୍ର, ସାମ୍ବାଦିକ ଦାଶରଥି ଶ୍ରୀଚନ୍ଦନ, ଶିକ୍ଷାବିତ୍ ଦୁଃଶାସନ ସେଠୀ ଓ ମୁଖ୍ୟ ବକ୍ତା ଭାବେ ବିକେ ପ୍ରଭାସିନୀ ଭଉଣୀ ଯୋଗ ଦେଇଥିଲେ |ଆଜିର ଯୁବପିଢ଼ି ହେଉଛନ୍ତି, ଆଗାମୀ ଦେଶର ଭବିଷ୍ୟତ |ତେଣୁ ସେମାନେ କିପରି ନିଶାଠାରୁ ଦୁରେଇ ରହିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ,ସେଥିପାଇଁ ଆଜିର ରକ୍ଷାବନ୍ଧନ ସମୟରେ ପ୍ରତ୍ୟକ ଭାଇ ତାର ଭଉଣୀଠାରୁ ରାକ୍ଷୀ ବାନ୍ଧିବା ସମୟରେ ଏହା ସେ ଶପଥ କରୁକି ଆଜିଠାରୁ ସେ ଆଉ କୌଣସି ନିଶା ଦ୍ରବ୍ୟ ଗ୍ରହଣ କରିବ ନାହିଁ |ଏହା ହେଲେ ଆଜିର ରକ୍ଷା ବନ୍ଧନ  ଭଳି ପବିତ୍ର ପରମ୍ପରାଟି ସଫଳ ହୋଇଛି ବୋଲି ଆମେ ଧରିନେବା |ରାଜ୍ୟବାସୀଙ୍କ ପାଇଁ ଏହି ଯେଉଁ ପରାମର୍ଶ ଦେଇ ଆମଓଡ଼ିଶାର ଅଧକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱରେ କାର୍ଯ୍ୟକ୍ରମଟି ସମସ୍ତ ସହର, ବଜାର ସମେତ  ପୁର, ପଲ୍ଲୀରେ ସମ୍ବାଦ ପକ୍ଷରୁ ଆୟୋଜନ କରାଯାଇଛି ତାହା ଉଚ୍ଚ ପ୍ରଶଂସନୀୟବୋଲି ଉପରୋକ୍ତ ମଞ୍ଚାସିନ ଅତିଥିମାନେ ମତ ଦେଇଥିଲେ |କାର୍ଯ୍ୟକ୍ରମକୁ କମଳେଶ ମହାରଣା ପରିଚାଳନା କରିଥିବା ବେଳେ ବିକେ ଅଭିମନ୍ୟୁଭାଇ ଅତିଥି ପରିଚୟ ପ୍ରଦାନ କରିଥିଲେ |ଶହଶହ ସଂଖ୍ୟାରେ ଆଜିର ଯୁବପିଢ଼ି ଭଉଣୀ ମାନଙ୍କଠାରୁ ରାକ୍ଷୀବାନ୍ଧି ମିଠା ଖାଇ ସାରିବାପରେ ନିଶା ସେବନ ନକରିବା ପାଇଁ ଶପଥ ନେଇଥିଲେ |ବିକେ ଗୀତା ଭଉଣୀ, ବିକେ ବିଳାସିନୀ ଭଉଣୀ, ବିକେ ଅଞ୍ଜଳି ଭଉଣୀ, ବିକେ ଶୁଭଶ୍ରୀ ଭଉଣୀ, ବିକେ ସ୍ମିତା ଭଉଣୀ, ବିକେ ସୁମିତ୍ରା ଭଉଣୀ, ବିକେ ସାବିତ୍ରୀ ଭଉଣୀ, ବିକେ ସୁଲୋଚନା ଭଉଣୀ, ବିକେ ଉମେଶ ଭାଇ, ବିକେ ମହେଶ୍ୱର ଭାଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ | = ଖୋର୍ଦ୍ଧା ଜିଲ୍ଲା ରୁ ସୂର୍ଯ୍ୟକାନ୍ତ ଦଳାଇ

    Related News

    Follow Us