ମେଡିକାଲ ଉପରେ ନିର୍ଭର । ଏଥି ସହିତ
ବିଭିନ୍ନ ସଭା, ସମିତି, କୋର୍ଟ କାର୍ଯ୍ୟ,
ମେଡିକାଲ ଉନ୍ନତୀକରଣ କାର୍ଯ୍ୟ, ସ୍ୱାସ୍ଥ୍ୟ
ମିଶନ ସମୀକ୍ଷା କାର୍ଯ୍ୟ ଏହି ଡାକ୍ତର ତିନି
ଜଣ କରୁଛନ୍ତି। ତେଣୁ ରୋଗୀଙ୍କୁ ବହୁ
SDH ASKA // ସମୟରେ ବ୍ରହ୍ମପୁର ସ୍ଥାନାନ୍ତର କରୁଥିବା .ଦେଖି ବାକୁମିଳିଛି.
ଅଭିଯୋଗ ହୋଇଛି। ସ୍ପେସାଲିଷ୍ଟ
ଡାକ୍ତର ନଥିବା ହେତୁ ରୋଗୀଙ୍କୁ ଉନ୍ନତ
ମାନର ଚିକିତ୍ସା ସେବା ମିଳୁପାରୁ
ନଥିବା କୁହାଯାଇଛି । ତେଣୁ ଅଧିକାଂଶ
ସମୟରେ ରୋଗୀ ଘରୋଇ କ୍ଲି ନିକ୍
ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ହେବାକୁ ବାଧ
ହେଉଛନ୍ତି । ଗଞ୍ଜାମ ଜିଲ୍ଲାର ପ୍ରମୁଖ ସହର
ଆସିକା ଡାକ୍ତରଖାନାରେ ଡାକ୍ତର ଅଭାବ ବହୁ ବର୍ଷ ହେଲା ଲାଗି ରହିଛି। ଏଠାରେ ରୋଗୀ କଲ୍ୟାଣ ସମିତି ସୁପ୍ତ ହୋଇ ରହିଛି। ଆସିକା ଉପଖଣ୍ଡ ଚିକିତ୍ସାଳୟ ପ୍ରତି ସରକାରଙ୍କ ଅଣଦେଖା ମନୋଭାବର ପ୍ରତିବାଦ କରି ଆନ୍ଦୋଳନ କରିବ
ବୋଲି ବିଜେପି ଚେତାବନୀ ଦେଇଛି । ଅନ୍ୟପଟେ ଡାକ୍ତର ଅଭାବ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।
: ଆସିକା ଏରିଆ
ହସ୍ପିଟାଲ୍କୁ ପଞ୍ଚ ବର୍ଷ ପୂର୍ବେ ଉପଖଣ୍ଡ
ଚିକିତ୍ସାଳୟ ମାନ୍ୟତା ମିଳିଥିଲା । କିନ୍ତୁ ସେବେଠାରୁ ଏଠାରେ ଡାକ୍ତର ଅଭାବ। ଡାକ୍ତରଖାନାରେ ମୋଟ ୧୮ ଡାକ୍ତର ପଦବି ମଞ୍ଜୁର ହୋଇଥିବା ବେଳେ ବର୍ତ୍ତମାନ ମାତ୍ର ୩ ଜଣ ଡାକ୍ତର ନିୟୋଜିତ ହୋଇଛନ୍ତି। ଏହି ଉପଖଣ୍ଡ ଚିକିତ୍ସାଳୟ ଉପରେ
ଆସିକା ସମେତ ଧରାକୋଟ, କବିସୂର୍ଯ୍ୟନଗର,ଶେରଗଡ଼, ଗାଙ୍ଗପୁର, ବାଲିପଦର ଓ ସୋରଡ଼ା ବ୍ଳକର ହଜାର ହଜାର ରୋଗୀ ନିର୍ଭର କରିଥାନ୍ତି।
ଆସିକା ଡାକ୍ତରଖାନା ୬୦ ଶଯ୍ୟା ବିଶିଷ୍ଟ
ହୋଇଥିଲେ ହେଁ ଦୈନଦିନ ୩୫୦ରୁ ୪୦୦
ରୋଗୀ ଚିକିତ୍ସା ହେବାକୁ ଆସିଥାନ୍ତି। ସେହିଭଳି ୧୦ରୁ ୧୫ ଗର୍ଭବତୀ ପ୍ରସବ ପାଇଁ ଏହି ମେଡିକାଲ ଉପରେ ନିର୍ଭର କରନ୍ତି। ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିୟମ ଅନୁସାରେ ୬୦
ଶଯ୍ୟା ବିଶିଷ୍ଟ ମେଡିକାଲରେ ୧୮ ଜଣ ଡାକ୍ତର ରହିବା ଦରକାର। ଅଧୀକ୍ଷକ ଜଣେ, ମେଡିସିନସ୍ପେସିଆଲିଷ୍ଟ, ସର୍ଜରୀ, ପ୍ରସୂତି ଓ ସ୍ତ୍ରୀ ରୋଗ ଏବଂ ଶିଶୁ ରୋଗ ବିଶେଷଜ୍ଞ ଜଣେ ଲେଖାଏଁ ସମେତ ୧୩ ଜଣ ଏମ୍ବିବିଏସ୍ ଡାକ୍ତର ରହିବା ଆବଶ୍ୟକତା କିନ୍ତୁ ୧୮ ଡାକ୍ତର ସ୍ଥାନରେ ୩ ଅଛନ୍ତି।ରାଜ୍ୟ ସରକାର ମାତ୍ର ୩ ଜଣ
ଡାକ୍ତରଙ୍କୁ ନିଯୁକ୍ତ କରିଛନ୍ତି। ଏହି ଡାକ୍ତରମାନେ ସକାଳ, ସନ୍ଧ୍ୟା ଏବଂ ରାତ୍ର ଡ୍ୟୁଟି ପାଳି କରି ଚଳାଉଛନ୍ତି। ପ୍ରସବ ଜନିତ ଚିକିତ୍ସା, ଦୁର୍ଘଟଣା ପାଇଁ ଆସୁଥିବା ରୋଗୀକୁ ଚିକିତ୍ସା, ପୋଡି ହୋଇଥିବା ରୋଗୀ ଚିକିତ୍ସା, ନିମୋନିଆ, ତରଳ
ଝଡା, ଜ୍ୱର, ମଧୁମେହ, ଜଣ୍ଡିସ, ମ୍ୟାଲେରିଆ,ଡେଙ୍ଗୁ, ଉଚ୍ଚ ରକ୍ତଚାପ ଠାରୁ ଆରମ୍ଭ କରି ବିଭିନ୍ନ ଅପରେସନ, ଦାନ୍ତ, ଆଖୁ, ନାକ, କାନ,ଗଳା, ଚର୍ମ ସମ୍ବନ୍ଧୀୟ ଅନେକ ରୋଗୀ ଆସିକା ମେଡ଼ିକାଲ ଉପରେ ନିର୍ଭର କରୁଥିବା ବେଳେ କିନ୍ତୁ ଏଥି ପ୍ରତି ସରକାରଙ୍କ ସ୍ତରରେ କୋଣସି ପ୍ରକାରର ନିଘା ପଢୁନାହି ଏଥିପାଇଁ ଏହି ସବୁ ଅଛଳ ବାସି ଲୋକମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ଦେଖି ବାକୁ ମିଳୁଛି।