ସ୍ତ୍ରୀକୁ ସରପଞ୍ଚ କରି କ୍ଷମତା ଉପଭୋଗ କରୁଥିଲେ ସ୍ୱାମୀ କିନ୍ତୁ ଏଥର ଚାଲିବନି ସ୍ୱାମୀଙ୍କ ରାଜ୍ । ଏବେ ସିଧା ସାମନାକୁ ଆସିବେ ନିଜେ ସରପଞ୍ଚ। ସ୍ତ୍ରୀ ସରପଞ୍ଚ କେବଳ ଦସ୍ତଖତ ଛଡା ଆଉ ସ୍ତ୍ରୀ କିଛି କରନ୍ତି ନାହିଁ। ନାମକୁ ମାତ୍ର ସ୍ତ୍ରୀ ସରପଞ୍ଚ, କାଗଜ କଲମରେ କେବଳ ସ୍ତ୍ରୀ ଜନ ପ୍ରତିନିଧି। ହେଲେ ଏବେ ଏଥିରେ ଲାଗିବ ରୋକ। ପ୍ରକ୍ସି ସରପଞ୍ଚଙ୍କ ପାଇଁ ଲିଙ୍ଗଗତ ଅସମାନତା ଦୂର ସହ ଗଭର୍ଣ୍ଣାନ୍ସ ସହ ମହିଳାଙ୍କୁ ଜଡିତ କରିବା ଲକ୍ଷ୍ୟ ହାସଲ ହୋଇପାରୁ ନାହିଁ। ବହୁ ବିଳମ୍ବ ପରେ ରାଜ୍ୟ ସରକାର ଏହାକୁ ହୃଦବୋଧ କରି ଜିଲ୍ଲାପାଳଙ୍କୁ ଏ ନେଇ ଚିଠି ଲେଖିଛନ୍ତି। ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ