ସତସାହସ ଅଛି ତେବେ ବିଏସକେୱାଇ କାର୍ଡକୁ ରଦ୍ଦ କରି ଦିଅନ୍ତୁ VK PANDIAN
ଯଦି କେନ୍ଦ୍ରମନ୍ତ୍ରୀଙ୍କ ସତସାହସ ଅଛି ତେବେ ବିଏସକେୱାଇ କାର୍ଡକୁ ରଦ୍ଦ କରି ଦିଅନ୍ତୁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ସତସାହସ ଅଛି ତେବେ ବିଜେପି ତାହାର ନିର୍ବାଚନ ଇସ୍ତାହାରରେ ବିଏସକେୱାଇ କାର୍ଡ ବନ୍ଦ କରିବାକୁ ସ୍ଥାନିତ କରୁ। ଇସ୍ତାହାରର ଏକ ନମ୍ବରରେ ସେମାନେ ଏହି କାର୍ଡକୁ ରଦ୍ଦ କରିବେ ବୋଲି ସ୍ଥାନିତ କରନ୍ତୁ। ଯଦି କରିପାରିବେ ତେବେ ଆପଣଙ୍କୁ ଓଡିଶାର ଲୋକେ ଠିକ ଜବାବ ଦେବେ ବୋଲି ପାଣ୍ଡିଆନ କହିଥିଲେ।
ନିକଟରେ ସମ୍ବଲପୁର ଏକ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ବିଜେପି ସରକାରକୁ ଆସିଲେ ପ୍ରଥମେ ବିଏସକେୱାଇ କାର୍ଡକୁ ରଦ୍ଦ କରିବ। ଏହି କାର୍ଡ ନେଇ ଲୋକେ ହଇରାଣ ହେଉଛନ୍ତି। କୌଣସି କାମରେ ଆସୁ ନାହିଁ ବୋଲି ଧର୍ମେନ୍ଦ୍ର କହିଥିଲେ। ଏହି ମନ୍ତବ୍ୟର ଉଚିତ ଜବାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।
ପୂର୍ବରୁ ପାଣ୍ଡିଆନ ଧାମନଗରରେ ମଧ୍ୟ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଥିଲେ। ସେହିପରି ଅନୁଗୁଳରେ ମଧ୍ୟ ସେ ସିଧା ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଥିଲେ। ଧାମନଗର ଭୋଟର ବିଜେପିକୁ ଭୋଟ ଦେଇ ଜିତାଇବା ପରେ ଆଉ କେନ୍ଦ୍ରମନ୍ତ୍ରୀଙ୍କ ଦେଖା ନାହିଁ। ସେହିପରି ଅନୁଗୁଳରେ ମଧ୍ୟ ପାଣ୍ଡିଆନ କହିଥିଲେ ଯେ, କେନ୍ଦ୍ରମନ୍ତ୍ରୀ ତାଙ୍କ ଗାଁ ପାଇଁ କିଛି କରି ନାହାଁନ୍ତି।
ବର୍ତ୍ତମାନ ପାଣ୍ଡିଆନ ଓଡିଶା ସାରା ବୁଲି ବୁଲି କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି,ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ